Homelocalଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ, ଓଡ଼ିଶା ଦ୍ଵାରା ଧୁମଧାମରେ ପାଳିତ ହେଲା ୮୦ ତମ...

ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ, ଓଡ଼ିଶା ଦ୍ଵାରା ଧୁମଧାମରେ ପାଳିତ ହେଲା ୮୦ ତମ ସ୍ବାଧିନତା ଦିବସ

ଗୁଣପୁର, (୧୫/୮) : ଆପ୍ର : ଆଜି ଗୁଣପୁର ସହରର ସମସ୍ତ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହୋଇଯାଇଛି ୮୦ ତମ ସ୍ବାଧିନତା ଦିବସWhatsApp Image 2026 08 16 at 10.51.34 1

ଆଜିର ଦିନଟିକୁ ଭାରତ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ମଧ୍ୟରୁ ଗୋଟିଏ ଭାବେ ପାଳନ କରାଯାଏ ‌। ପ୍ରାୟ ଦୁଇ ଶତାବ୍ଦୀର ଵ୍ରୀଟିଶ ଉପନିବେଶବାଦ ଆଧିପତ୍ୟର ଅନ୍ତ , ୧୯୪୭ ର ଏକ ସ୍ବାଧିନ ଓ ଏକ ସର୍ବଭୌମ ରାଷ୍ଟ୍ର ର ଜନ୍ମ ହିସାବରେ ଆଜିର ଦିନଟିକୁ ପାଳନ କରାଯାଏ । ଏହି ଦିବସଟି ଗଭୀର ଐତିହାସିକ ଏବଂ ଭାବପ୍ରବଣ ଗୁରୁତ୍ବ ବହନ କରେ । ଭାରତର ସ୍ବାଧୀନତା ସୁରକ୍ଷିତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅଗଣିତ ସ୍ବାଧିନତା ସଂଗ୍ରାମୀ ଙ୍କ ତ୍ୟାଗ , ବଳିଦାନ, ସଂଘର୍ଷ ଓ ଅଟଳ ସଂକଳ୍ପ କୁ ଆଜି ସମ୍ମାନ ଦିଆଯାଏ । ଏହି ପରିପ୍ରେକ୍ଷୀରେ ଆଜି ପୁର ଠାରୁ ପଲ୍ଲୀ ଯାଏଁ ସବୁଠି ତ୍ରିରଙ୍ଗା ପତାକା ଉଡାଯାଏ , ଯାହା ଆମ ଜାତିର ଗର୍ବ ଓ ଗୌରବର ଗାଥା ବହନ କରେ ।WhatsApp Image 2026 08 16 at 10.51.35

ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ ଓଡ଼ିଶା ପକ୍ଷରୁ ଗୁଣପୁର ଆମ ବଜାର ସ୍ଥିତ କାର୍ଯ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଇଛି ୮୦ ତମ ସ୍ବାଧିନତା ଦିବସ । ମୁଖ୍ୟ ଅତିଥି ଭାବେ ଷ୍ଟେଟ୍ ଚେୟାରମେନ ଶ୍ରୀ ପ୍ରଭାକର ପୋଣ୍ଟୁରୁ ପତକା ଉତ୍ତୋଳନ କରିଥିଲେ । ସେ ନିଜ ଅଭିଭାଷଣରେ କହିଥିଲେ ଯେ , ସ୍ବାଧିନତାର ୮୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅପହଞ୍ଚ ଇଲାକାରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ରାସ୍ତା, ବିଜୁଳି , ଶିକ୍ଷା , ପାଣି , ଚିକିତ୍ସା ନପାଇ ଲୋକେ ପରାଧିନ ଜୀବନ ବିତାଉଛନ୍ତି । ତେଣୁ ଆମ ଦାୟିତ୍ଵ ରହିଛି ଏସବୁ ବିଷୟ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ । ଜିଲ୍ଲା ଚେୟାରମେନ ଏଲିଜାର ଶବର ଓ ସମ୍ମାନିତ ଅତିଥି ଦିବାକର ନାଗ ନିଜ ନିଜ ଅଭିଭାଷଣରେ କହିଥିଲେ ଯେ ସରକାରୀ କଳର ବେପରୁଆ ମନୋଭାବ ଯୋଗୁଁ ଆଜି ମଧ୍ୟ ଲୋକେ ପରାଧିନ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଆମେ ଏକାଠି ହୋଇ ଲୋକଙ୍କ ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିବା ପାଇଁ ଆହ୍ଵାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ଷ୍ଟେଟ୍ ଜେନେରାଲ ସେକ୍ରେଟାରୀ ବିପିନ ବିହାରୀ ପାଲକା ପରିଚାଳନା କରିଥିଲେ । ପରେ ପରେ ଏକ ସାଧାରଣ ସଭାର ଆୟୋଜନ କରି ପରିଷଦର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବରେ ପରିଷଦର ବହୁ ପୁରୁଷ ଓ ମହିଳା କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଏତିକି କୁହାଯାଇପାରେ ସ୍ବାଧିନତା କେବଳ ସ୍ୱତନ୍ତ୍ରତା ନୁହେଁ ଏହା ଏକ ଦାୟିତ୍ଵ । ଆସନ୍ତୁ ଆମର ନିଃସ୍ଵାର୍ଥପର ଗଠନ ମୂଳକ କାର୍ଯ୍ୟ ଦ୍ଵାରା ଭାରତକୁ ଗର୍ବିତ କରିବା । ତ୍ରିରଙ୍ଗା ସବୁବେଳେ ଉଚ୍ଚ ରେ ଉଡୁ ଏବଂ ଆମକୁ ଆସନ୍ତା କାଲି ଏକ ଭଲ କର୍ମ କରିବାକୁ ପ୍ରେରଣା ଦେଉଥାଉ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments