ଗୁଣପୁର, (୧୫/୮) : ଆପ୍ର : ଆଜି ଗୁଣପୁର ସହରର ସମସ୍ତ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହୋଇଯାଇଛି ୮୦ ତମ ସ୍ବାଧିନତା ଦିବସ ।
ଆଜିର ଦିନଟିକୁ ଭାରତ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ମଧ୍ୟରୁ ଗୋଟିଏ ଭାବେ ପାଳନ କରାଯାଏ । ପ୍ରାୟ ଦୁଇ ଶତାବ୍ଦୀର ଵ୍ରୀଟିଶ ଉପନିବେଶବାଦ ଆଧିପତ୍ୟର ଅନ୍ତ , ୧୯୪୭ ର ଏକ ସ୍ବାଧିନ ଓ ଏକ ସର୍ବଭୌମ ରାଷ୍ଟ୍ର ର ଜନ୍ମ ହିସାବରେ ଆଜିର ଦିନଟିକୁ ପାଳନ କରାଯାଏ । ଏହି ଦିବସଟି ଗଭୀର ଐତିହାସିକ ଏବଂ ଭାବପ୍ରବଣ ଗୁରୁତ୍ବ ବହନ କରେ । ଭାରତର ସ୍ବାଧୀନତା ସୁରକ୍ଷିତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅଗଣିତ ସ୍ବାଧିନତା ସଂଗ୍ରାମୀ ଙ୍କ ତ୍ୟାଗ , ବଳିଦାନ, ସଂଘର୍ଷ ଓ ଅଟଳ ସଂକଳ୍ପ କୁ ଆଜି ସମ୍ମାନ ଦିଆଯାଏ । ଏହି ପରିପ୍ରେକ୍ଷୀରେ ଆଜି ପୁର ଠାରୁ ପଲ୍ଲୀ ଯାଏଁ ସବୁଠି ତ୍ରିରଙ୍ଗା ପତାକା ଉଡାଯାଏ , ଯାହା ଆମ ଜାତିର ଗର୍ବ ଓ ଗୌରବର ଗାଥା ବହନ କରେ ।
ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ ଓଡ଼ିଶା ପକ୍ଷରୁ ଗୁଣପୁର ଆମ ବଜାର ସ୍ଥିତ କାର୍ଯ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଇଛି ୮୦ ତମ ସ୍ବାଧିନତା ଦିବସ । ମୁଖ୍ୟ ଅତିଥି ଭାବେ ଷ୍ଟେଟ୍ ଚେୟାରମେନ ଶ୍ରୀ ପ୍ରଭାକର ପୋଣ୍ଟୁରୁ ପତକା ଉତ୍ତୋଳନ କରିଥିଲେ । ସେ ନିଜ ଅଭିଭାଷଣରେ କହିଥିଲେ ଯେ , ସ୍ବାଧିନତାର ୮୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅପହଞ୍ଚ ଇଲାକାରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ରାସ୍ତା, ବିଜୁଳି , ଶିକ୍ଷା , ପାଣି , ଚିକିତ୍ସା ନପାଇ ଲୋକେ ପରାଧିନ ଜୀବନ ବିତାଉଛନ୍ତି । ତେଣୁ ଆମ ଦାୟିତ୍ଵ ରହିଛି ଏସବୁ ବିଷୟ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ । ଜିଲ୍ଲା ଚେୟାରମେନ ଏଲିଜାର ଶବର ଓ ସମ୍ମାନିତ ଅତିଥି ଦିବାକର ନାଗ ନିଜ ନିଜ ଅଭିଭାଷଣରେ କହିଥିଲେ ଯେ ସରକାରୀ କଳର ବେପରୁଆ ମନୋଭାବ ଯୋଗୁଁ ଆଜି ମଧ୍ୟ ଲୋକେ ପରାଧିନ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଆମେ ଏକାଠି ହୋଇ ଲୋକଙ୍କ ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିବା ପାଇଁ ଆହ୍ଵାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ଷ୍ଟେଟ୍ ଜେନେରାଲ ସେକ୍ରେଟାରୀ ବିପିନ ବିହାରୀ ପାଲକା ପରିଚାଳନା କରିଥିଲେ । ପରେ ପରେ ଏକ ସାଧାରଣ ସଭାର ଆୟୋଜନ କରି ପରିଷଦର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବରେ ପରିଷଦର ବହୁ ପୁରୁଷ ଓ ମହିଳା କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଏତିକି କୁହାଯାଇପାରେ ସ୍ବାଧିନତା କେବଳ ସ୍ୱତନ୍ତ୍ରତା ନୁହେଁ ଏହା ଏକ ଦାୟିତ୍ଵ । ଆସନ୍ତୁ ଆମର ନିଃସ୍ଵାର୍ଥପର ଗଠନ ମୂଳକ କାର୍ଯ୍ୟ ଦ୍ଵାରା ଭାରତକୁ ଗର୍ବିତ କରିବା । ତ୍ରିରଙ୍ଗା ସବୁବେଳେ ଉଚ୍ଚ ରେ ଉଡୁ ଏବଂ ଆମକୁ ଆସନ୍ତା କାଲି ଏକ ଭଲ କର୍ମ କରିବାକୁ ପ୍ରେରଣା ଦେଉଥାଉ ।

