ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

Date:

Share post:

ଜୟପୁର, (୧୯/୦୬) : ଆପ୍ର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ । ୭ଜଣ ଡିଏସ୍ ପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ASI ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି । ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏକାସାଙ୍ଗରେ ୭ଟି ସ୍ଥାନରେ ଖୋଳତାଡ଼ ଚାଲିଛି ।

ଜୟପୁରର ପରାବେଡ଼ା ଅଞ୍ଚଳରେ ଥିବା ତାଙ୍କ ଭଡ଼ା ଘର, ଖୋର୍ଦ୍ଧା ଜିଲ୍ଲା ଜଟଣୀର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଜାହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନ, କୋଟପାଡ଼ରେ ଥିବା ସରକାରୀ କ୍ୱାର୍ଟର, କାର୍ଯ୍ୟାଳୟ କକ୍ଷ ଏବଂ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ଦୁଇଟି ଫାର୍ମରେ ରେଡ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା ନଗଦ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...