ବଲାଙ୍ଗୀର//ମୁରିବାହାଲ, (୦୭/୦୬) : ଆପ୍ର : ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଥିବା ବେଳେ ସରକାର ଙ୍କ କୋଟି, କୋଟି ଟଙ୍କା ବ୍ୟୟ ବରାଦ ହେଉଛି କେବଳ କାଗଜ, କଲମରେ । ଉଠା ନଳକୂପ ନିର୍ମାଣ ରେ ଦୁର୍ନୀତି ।
ଠିକାଦାର ପ୍ରଶାସନିକ ଅଧିକାରୀ ଖୋଲା ,ଖୋଲି ଦୁର୍ନିତୀ ସହ ପି ସି କାରବାର ଯୋଗୁଁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ସାର ହେଉଛି । ଏପରି ଏକ ଗୁରୁତର ଅଭିଯୋଗ ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ଚଲକି ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବାଙ୍କେଲ ଗ୍ରାମରେ ନଜର କୁ ଆସିଛି । ସରକାରୀ ନିୟମ ଅନୁଯାୟୀ କୂପ ତିଆରି ରେ କେତେ ଟଙ୍କା ଖର୍ଚ୍ଚ କରାଯିବ, କେତେ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ ସେ ନେଇ ଏକ ସୁଚନା ଫଳକ ଟିଏ ନାହିଁ । ଠିକାଦାର ଶୁକଦେବ ତାଣ୍ଡି ତିଆରି କରୁଛନ୍ତି ଏହି ଉଠା ଜଳ କୂପ ।
ବିଭାଗୀୟ ଅଧିକାରୀ ଙ୍କ ସହିତ ଫୋନ ଜରିଆରେ କଥା ହେବାରୁ ସେ ପ୍ରକାଶ କଲେ ଯେ, ସେ କାମ କୁ ଦିନେ ହେଲେ ତଦାରଖ ବା ଦେଖିବାକୁ ଯାଇ ନାହାନ୍ତି । ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ସହ ନାମକୁ ମାତ୍ର ବିଲ, ଭାଉଚର କରି ମାଲେ,ମାଲ ଠିକାଦାର, ବିଭାଗିୟ ଅଧିକାରୀ ହେବା ସାର ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ କଣ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।

