Homebreaking newsବୈତରଣୀ ନଦୀରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର

ବୈତରଣୀ ନଦୀରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର

ପାଟଣା, (୧୪/୧୦) : ଆପ୍ର : ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ଜୁମେଇ ଗ୍ରାମ ଅନ୍ତର୍ଗତ ବୈତରଣୀ ନଦୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଆଜି ସକାଳେ ଗ୍ରାମର କିଛି ଲୋକ ଦେଖିବା ପରେ ତୁରୁମୁଙ୍ଗା ଥାନାକୁ ଖବର ଦେଇଥିଲେ ।

ତୁରୁମୁଙ୍ଗା ଥାନା ଏ ଏସ ଆଇ ସୁଜାତା ମହାନ୍ତ ଅଗ୍ନିଶମ ବାହିନୀ ସହାୟତାରେ ଶବ ଟିକୁ ବୈତରଣୀ ନଦୀ ମଧ୍ୟରୁ ଉଦ୍ଧାର କରି କୂଳକୁ ଅଣା ଯାଇଥିଲା । ପାଣିରେ ରହି ଶବ ଟି ସମ୍ପୂର୍ଣ ଫୁଲି ଯିବା ସହିତ କିଛି ମାଂସ ମଧ୍ୟ ଖସି ପଡିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ କେନ୍ଦୁଝର ଶବ ଗୃହକୁ ପଠାଇ ଦିଆ ଯାଇଥିବା ଏ ଏସ ଆଇ ସୁଜାତା ମହାନ୍ତ କହିଛନ୍ତି । ତୁରୁମୁଙ୍ଗା ଥାନା ରେ ଅପମୃତ୍ୟୁ ମାମଲା ୩୬/୨୦୨୬ ମୂଳେ ତଦନ୍ତ ଚଳାଇଥିବା ଏ ଏସ ଆଇ କହିଛନ୍ତି । ଶବର କୌଣସି ପରିଚୟ ମିଳିପାରିନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments