ସୁବର୍ଣ୍ଣପୁର, (୨୨/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀର ବ୍ରିଜ୍ ଉପରୁ ମହାନଦୀ କୁ ଡେଇଁ ପଡ଼ିଲେ ଦୁଇ ନାବାଳିକା ।
ସୂଚନା ଅନୁଯାୟୀ ଆଜି ବ୍ରିଜ ଉପରୁ ୨ ନାବାଳିକା ମହାନଦୀ ଗର୍ଭ କୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ସେଠାରେ ମାଛ ମାରୁଥିବା ମାଛ ଧରାଳୀ ମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନାବାଳିକା ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ କଲେ ଭର୍ତ୍ତି କରିଥିଲେ ।
ପ୍ରାଥମିକ ଚିକିତ୍ସାପରେ ଦୁଇ ନାବାଳିକାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ନାବାଳିକା ମାନେ ଜଣେ ବିନିକା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣକ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡିଛି । ଉଭୟେ ବୌଦ୍ଧ ଜିଲ୍ଲା ର ଏକ ହଷ୍ଟେଲ ରେ ରହି ପାଠ ପଢୁଥିବା ନାବାଳିକା ଙ୍କ ମା କହିଛନ୍ତି । କାହିଁକି ଓ କେଉଁ ପରିସ୍ଥିତିରେ ନଦୀକୁ ଡେଇଁ ଥିଲେ ତାହା ଜଣାପଡ଼ି ନ ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

