Homebreaking newsବିନିକା ମହାନଦୀ ର ବ୍ରିଜ ଉପରୁ ମହାନଦୀ କୁ ଡେଇଁ ଭାସି ଯାଉଥିଲେ ଦୁଇ ନାବାଳିକା:...

ବିନିକା ମହାନଦୀ ର ବ୍ରିଜ ଉପରୁ ମହାନଦୀ କୁ ଡେଇଁ ଭାସି ଯାଉଥିଲେ ଦୁଇ ନାବାଳିକା: ଉଦ୍ଧାର କଲେ ମତ୍ସ୍ୟଜିବୀ

ସୁବର୍ଣ୍ଣପୁର, (୨୨/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀର ବ୍ରିଜ୍ ଉପରୁ ମହାନଦୀ କୁ ଡେଇଁ ପଡ଼ିଲେ ଦୁଇ ନାବାଳିକାWhatsApp Image 2026 08 22 at 17.43.46

ସୂଚନା ଅନୁଯାୟୀ ଆଜି ବ୍ରିଜ ଉପରୁ ୨ ନାବାଳିକା ମହାନଦୀ ଗର୍ଭ କୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ସେଠାରେ ମାଛ ମାରୁଥିବା ମାଛ ଧରାଳୀ ମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନାବାଳିକା ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ କଲେ ଭର୍ତ୍ତି କରିଥିଲେ ।

ପ୍ରାଥମିକ ଚିକିତ୍ସାପରେ ଦୁଇ ନାବାଳିକାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ନାବାଳିକା ମାନେ ଜଣେ ବିନିକା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣକ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡିଛି । ଉଭୟେ ବୌଦ୍ଧ ଜିଲ୍ଲା ର ଏକ ହଷ୍ଟେଲ ରେ ରହି ପାଠ ପଢୁଥିବା ନାବାଳିକା ଙ୍କ ମା କହିଛନ୍ତି । କାହିଁକି ଓ କେଉଁ ପରିସ୍ଥିତିରେ ନଦୀକୁ ଡେଇଁ ଥିଲେ ତାହା ଜଣାପଡ଼ି ନ ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments