Homelocalରହେନଭଟାରେ କୋଇଲା ବୋଝେଇ ମାଲଗାଡି ବଗିରେ ନିଆଁ, ୨ ଘଣ୍ଟା ପରେ ଆୟତ୍ତ - ଅଳ୍ପକେ...

ରହେନଭଟାରେ କୋଇଲା ବୋଝେଇ ମାଲଗାଡି ବଗିରେ ନିଆଁ, ୨ ଘଣ୍ଟା ପରେ ଆୟତ୍ତ – ଅଳ୍ପକେ ବର୍ତିଲା ବଡ ଅଘଟଣ

ମୁରିବାହାଲ, (୨୨/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା ଟିଲାଗଡ ରେଳୱେ ଷ୍ଟେସନ ଓ ମୁରିବାହାଲ ଷ୍ଟେସନ ମଝିରେ ଥିବା ରହେନଭଟା ରେଳୱେ ଷ୍ଟେସନରେ ଶନିବାର ଏକ କୋଇଲା ବୋଝେଇ ଟ୍ରେନର ବଗିରେ ନିଆଁ ଲାଗି ଆତଙ୍କ ସୃଷ୍ଟି ହୋଇଛି ।କୋଇଲା

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟା ସମୟରେ ରାୟପୁରରୁ ଟିଟିଲାଗଡ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲଗାଡିର ବଗିରୁ ଧୂଆଁ ଓ ନିଆଁ ବାହାରୁଥିବା ରହେନଭଟା ରେଳୱେ ଷ୍ଟେସନ କର୍ମଚାରୀମାନେ ଦେଖିଥିଲେ । ତୁରନ୍ତ ଟ୍ରେନକୁ ଅଟକାଇବା ସହ ମୁରିବାହାଲ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ମୁରିବାହାଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୋଇଲା ବଗିରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ପ୍ରାୟ ୨ ଘଣ୍ଟାର ଅବିରତ ପରିଶ୍ରମ ପରେ ନିଆଁ ସମ୍ପୂର୍ଣ ଭାବେ ଲିଭାଯାଇଥିଲା । ଏହାପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରେଳ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିବା ଜଣାପଡିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments