Homebreaking newsବଡ଼ଭାଇକୁ ହାଣିଲା ସାନଭାଇ, ପୋଲିସ୍ ର ତଦନ୍ତ ଆରମ୍ଭ

ବଡ଼ଭାଇକୁ ହାଣିଲା ସାନଭାଇ, ପୋଲିସ୍ ର ତଦନ୍ତ ଆରମ୍ଭ

ମୟୂରଭଞ୍ଜ, (୧୨/୧୧) : ଆପ୍ର : ଯେଉଁ ସାନଭାଇକୁ କୋଳେଇ କାଖେଇ ବଡ଼ କରିଥିଲା ବଡ ଭାଇ । ସେଇ ବଡ଼ ଭାଇ ଉପରେ ବଇରୀ ସାଜିଲା ସାନଭାଇ । କୁରାଢ଼ୀରେ ବଡ଼ ଭାଇ ଓ ଭାଉଜକୁ ହାଣିଲା ।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବଡ଼ ଗୁଡ଼ୁଗୁଡ଼ିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଗ୍ରାମର ଗୋବର୍ଦ୍ଧନ ମହାକୁଡ଼ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତା ମହାକୁଡ଼ ଘରେ ବସିଥିଲେ । ଏହି ସମୟରେ ଅଚାନକ ସାନଭାଇ କାଳିଆ ମହାକୁଡ଼ ସେଠାରେ ପହଂଚି ପ୍ରଥମେ ଭାଉଜ ମଞ୍ଜୁଲତା ଙ୍କୁ କୁରାଢ଼ିରେ ହାଣିଥିଲା । ମଞ୍ଜୁଲତା ଙ୍କ ହାତ କୁ ହାଣିବା ପରେ ଏହାକୁ ବିରୋଧ କରିଥିଲେ ବଡ଼ ଭାଇ ଗୋବର୍ଦ୍ଧନ । ହେଲେ ସାନଭାଇ କାଳିଆ ତାଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରିଥିଲା ।

ଏପରିକି ଆକ୍ରମଣରୁ ବଂଚିବା ପାଇଁ ବଡ଼ ଭାଇ ଗାଡିଆ ଭିତରକୁ ପଶି ଯାଇଥିଲେ ସୁଦ୍ଧା ସେହି ଗାଡିଆ ଭିତରେ ପଶି ବଡ଼ ଭାଇ କୁ ହାଣିଥିଲା ସାନଭାଇ କାଳିଆ । ଉଭୟ ଭାଇ ଭାଉଜ ଙ୍କୁ ହାଣି ଗୁରୁତର କରିବା ପରେ ଘଟଣାସ୍ଥଳରୁ ସାନଭାଇ ଫେରାର ହୋଇଯାଇଛି, ସ୍ଥାନୀୟ ଲୋକେ ଗୁରୁତର ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । କପ୍ତିପଦା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି । ଘଟଣା ପଛରେ ଜମିଜମା ବିବାଦରୁ ଏପରି ହୋଇଥିବା ଅନୁମାନ କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments