Homelocalବର୍ଷା ପାଇଁ ଆଲର୍ଟରେ ଅଗ୍ନିଶମ ବାହିନୀ,୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ବ୍ୟାପକ ସରଞ୍ଜାମ ମୁତୟନ

ବର୍ଷା ପାଇଁ ଆଲର୍ଟରେ ଅଗ୍ନିଶମ ବାହିନୀ,୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ବ୍ୟାପକ ସରଞ୍ଜାମ ମୁତୟନ

ଭୁବନେଶ୍ୱର, (୦୩/୦୭) : ଆପ୍ର : ବର୍ଷା ପାଇଁ ଆଲର୍ଟରେ ଅଗ୍ନିଶମ ବାହିନୀ । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ବ୍ୟାପକ ସରଞ୍ଜାମ ମୁତୟନ ।

ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ, ଏହାର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଗତକାଲି ଆଇଜି ଉମାଶଙ୍କର ଦାଶ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରି ଉଦ୍ଧାରକାରୀ ଦଳଙ୍କୁ ‘ହାଇଆଲର୍ଟ’ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଅଗ୍ନିଶମ କେନ୍ଦ୍ର ଏବେ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଯେକୌଣସି ଜରୁରୀ ସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ ।

ବନ୍ୟା ପାଣିରୁ ଉଦ୍ଧାର ପାଇଁ ୩୨୪ଟି ମୋଟର ଚାଳିତ ରବର ବୋଟ୍ ସହିତ ୩,୧୪୩ଟି ଲାଇଫ୍ ଜାକେଟ୍ ଏବଂ ୨,୭୧୨ଟି ଲାଇଫ୍ ବୁୟେ ପ୍ରସ୍ତୁତ ରଖାଯାଇଛି । ସେହିପରି ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ୯୫୨ଟି ବିଭିନ୍ନ ପ୍ରକାରର ପମ୍ପ (ହାଇ-କ୍ୟାପାସିଟି ଓ ପୋର୍ଟେବଲ୍) କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । ଝଡ଼ବର୍ଷାରେ ଗଛ ପଡ଼ିବା କିମ୍ବା କୋଠାବାଡ଼ି କ୍ଷତିଗ୍ରସ୍ତ ହେବା ପରିସ୍ଥିତିକୁ ନଜରରେ ରଖି ୧,୫୫୧ଟି ଚେନ୍-ସ’ ଏବଂ ଅତ୍ୟାଧୁନିକ ହାଇଡ୍ରୋଲିକ୍ ରେସକ୍ୟୁ ଟୁଲ୍ସ ମହଜୁଦ ରଖାଯାଇଛି । ରାତ୍ରିକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ୬୨୮ଟି ଟାୱାର ଲାଇଟ୍ ମଧ୍ୟ ବ୍ୟବସ୍ଥା କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments