Homelocalନନ୍ଦନକାନନରେ କ୍ବାରେଣ୍ଟାଇନରେ ଅଛନ୍ତି ୫ ଓରାଙ୍ଗଉଟାନ୍, ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ତଦନ୍ତ

ନନ୍ଦନକାନନରେ କ୍ବାରେଣ୍ଟାଇନରେ ଅଛନ୍ତି ୫ ଓରାଙ୍ଗଉଟାନ୍, ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ତଦନ୍ତ

ଭୁବନେଶ୍ୱର, (୦୯/୦୯) : ଆପ୍ର : ବାଲେଶ୍ୱରରୁ ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ୍ । ଓଡ଼ିଶା ଆସିଲେ କେମିତି ? ଆରମ୍ଭ ହେଲା ତନାଘନା ।

କିଏ ଆଣିଲା ଏହି ବିରଳ ଜୀବ? ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ଚାଲିଛି ତଦନ୍ତ । ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ନନ୍ଦନକାନନ ଅଣାଯିବା ପରେ କ୍ବାରେଣଟାଇନରେ ରଖାଯାଇଛି । ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଓରାଙ୍ଗଉଟାନ୍ ଭାରତର ଜଙ୍ଗଲରେ ପ୍ରାକୃତିକ ଭାବେ ମିଳନ୍ତି ନାହିଁ । ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ ହେଉଛି ଦକ୍ଷିଣ-ପୂର୍ବ ଏସିଆର Borneo ଓ Sumatra ଅଞ୍ଚଳର ବର୍ଷାବନ। ତେଣୁ ବାଲେଶ୍ୱରର ଏକ କାଜୁଆରିନା ଜଙ୍ଗଲରେ ଏକାଥରେ ୫ଟି ଓରାଙ୍ଗଉଟାନ୍ ମିଳିବାକୁ ସ୍ୱାଭାବିକ ବୋଲି ଧରାଯାଇପାରିବ ନାହିଁ । ବନ ବିଭାଗ ମଧ୍ୟ ଏହା ପଛରେ ମଣିଷର ହାତ ଥିବା ସନ୍ଦେହ କରୁଛି ।

ବାଲେଶ୍ୱରର ଭୋଗରାଇ ଅଞ୍ଚଳର ବିଚିତ୍ରପୁର ନିକଟ କାଜୁଆରିନା ଜଙ୍ଗଲରେ ଏହି ବିରଳ ଜୀବଗୁଡ଼ିକୁ ଠାବ କରାଯାଇଥିଲା । ଏମାନଙ୍କୁ କେହି ସେଠାରେ ଆଣି ଛାଡ଼ିଦେଇଥିଲେ କି ? ନା ଚୋରାଚାଲାଣ ସମୟରେ ଏମାନେ ଖସି ଯାଇଥିଲେ ? ତାହାର ତଦନ୍ତ ଚାଲିଛି । ବନ ବିଭାଗର ପ୍ରାଥମିକ ସନ୍ଦେହ ଅନ୍ତର୍ଜାତୀୟ ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ଆଡ଼କୁ ଯାଉଛି । ରାଜ୍ୟ ସରକାର ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋକୁ ମଧ୍ୟ ଘଟଣାର ତଦନ୍ତ ପାଇଁ କହିଛନ୍ତି। ବାଲେଶ୍ୱର ଉପକୂଳର କେଉଁ ସ୍ଥାନରେ ଏହି ଓରାଙ୍ଗଉଟାନ୍ ଗୁଡ଼ିକୁ ଓହ୍ଲାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଜଣେ ବନ ଅଧିକାରୀ କହିଛନ୍ତି ।

ଫଳରେ ସମୁଦ୍ର ପଥରେ ଅନ୍ତର୍ଜାତୀୟ ଚୋରାଚାଲାଣ ନେଟୱର୍କ ଜରିଆରେ ଏମାନଙ୍କୁ ଓଡ଼ିଶା ଅଣାଯାଇଥିଲା କି ନାହିଁ, ତାହା ତଦନ୍ତର ଏକ ପ୍ରମୁଖ ଦିଗ ହୋଇଛି । ବିଭିନ୍ନ ଦିଗକୁ ନେଇ ଏବେ ତଦନ୍ତ କରାଯାଉଛି । ଓରାଙ୍ଗଉଟାନ୍ ଗୁଡ଼ିକ କେଉଁ ଦେଶରୁ ଆସିଲେ? କେଉଁ ରାସ୍ତାରେ ଭାରତରେ ପହଞ୍ଚିଲେ? ସମୁଦ୍ର ପଥ ବ୍ୟବହାର ହୋଇଥିଲା କି? ବାଲେଶ୍ୱରରେ କିଏ ଏମାନଙ୍କୁ ଛାଡ଼ିଲା? ଏହା ପଛରେ କୌଣସି ବଡ଼ ଇଣ୍ଟରନ୍ୟାସନାଲ ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ନେଟୱର୍କ ରହିଛି କି ? ଏହି ସବୁ ପ୍ରଶ୍ନ ଏବେ ତଦନ୍ତ ଘେରରେ ।

ଓରାଙ୍ଗଉଟାନ୍ ର ଅସ୍ତିତ୍ୱ ସଙ୍କଟ ସହ palm oil plantationର ଗଭୀର ସମ୍ପର୍କ ରହିଛି । ଇଣ୍ଡୋନେସିଆ ଓ ମାଲେସିଆର ବର୍ଷାବନର ବଡ଼ ଅଂଶକୁ ଅତୀତରେ oil palm plantation ପାଇଁ ସଫା କରାଯିବା ଫଳରେ ଓରାଙ୍ଗଉଟାନ୍ ଙ୍କ ପ୍ରାକୃତିକ ବାସସ୍ଥଳୀ ନଷ୍ଟ ଓ ଖଣ୍ଡବିଖଣ୍ଡିତ ହୋଇଛି । International Union for Conservation of Nature ଅନୁସାରେ ୨୦୦୫ରୁ ୨୦୧୫ ମଧ୍ୟରେ Borneoରେ ହୋଇଥିବା ବନନାଶର ଅତିକମରେ ୫୦ ପ୍ରତିଶତ oil palm development ସହ ଜଡ଼ିତ ଥିଲା । Palm oilର ବିସ୍ତାର ଓରାଙ୍ଗଉଟାନ୍ ଙ୍କ ହ୍ରାସରେ ବଡ଼ ଭୂମିକା ନେଇଥିବା IUCN କହିଛି । ଜଙ୍ଗଲ କଟି oil palm plantation ହେଲେ ଓରାଙ୍ଗଉଟାନ୍ ଙ୍କ ଘର ଓ ଖାଦ୍ୟ ଉତ୍ସ କମିଯାଏ ।

କେତେକ ଓରାଙ୍ଗଉଟାନ୍ ଛୋଟ ଛୋଟ ଜଙ୍ଗଲ ଖଣ୍ଡ କିମ୍ବା palm plantation ନିକଟରେ ରହିବାକୁ ବାଧ୍ୟ ହୁଅନ୍ତି । ଏହା ମଣିଷ-ଓରାଙ୍ଗଉଟାନ୍ ସଂଘର୍ଷର ଆଶଙ୍କା ମଧ୍ୟ ବଢ଼ାଇଥାଏ । IUCNର ୨୦୨୫ ନିର୍ଦ୍ଦେଶିକା ଅନୁସାରେ Borneoରେ ପ୍ରାୟ ୧୦ ହଜାର ଓରାଙ୍ଗଉଟାନ୍ oil-palm dominated landscapeରେ ରହୁଛନ୍ତି । ତେଣୁ ବାଲେଶ୍ୱରରେ ମିଳିଥିବା ଏହି ୫ ବିରଳ ଜୀବ କେବଳ ଏକ ଅସ୍ୱାଭାବିକ wildlife rescue ଘଟଣା ନୁହେଁ । ବର୍ଷାବନର ଏହି ବାସିନ୍ଦା ହଜାର ହଜାର କିଲୋମିଟର ଦୂର ଓଡ଼ିଶା ଉପକୂଳରେ ପହଞ୍ଚିଲେ କେମିତି ? ଏହାର ଉତ୍ତର ମିଳିଲେ ଏକ ବଡ଼ wildlife trafficking networkର ସୂତ୍ର ମିଳିପାରେ ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments