ବଲାଙ୍ଗୀର//ଟିଟିଲାଗଡ, (୧୧/୦୬) : ଆପ୍ର : ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନ କୁ ପ୍ରାଥମିକତା ଦେଇ ଆସୁଥିବା ସହ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରି ଆସୁଛନ୍ତି ।
ଆଦିବାସୀ, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସର୍ବଦା ଚର୍ଚ୍ଚା ରେ ରହି ଆସୁଥିବା ବେଳେ ଏହି ଜିଲ୍ଲା ର ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଡାକ୍ତରଖାନାକୁ ପଡୋଶୀ ଜିଲ୍ଲା ର ଲୋକେ ନିର୍ଭର କରି ଥାଆନ୍ତି । ପରିତାପର ବିଷୟ ଯେ କର୍ମଚାରୀ, ଅଧିକାରୀ ଙ୍କ ଅଭାବ ଭଳି ଗୁରୁତର ସମସ୍ୟା ମାନ ଦୀର୍ଘ ବର୍ଷ ଧରି ଲାଗିରହିଛି । କୌଣସି ପ୍ରକାର ସ୍ଥାୟୀ ସମାଧାନ ବଦଳ ରେ ଏଠି ସ୍ଥାୟୀ ଭାବେ ନିର୍ମାଣ ଧିନ ଡାକ୍ତର ଖାନା ଥିବା ଓ ୨୦୦ ତଥା ଅଧିକ ଶଯ୍ୟା ବିଶିଷ୍ଟ କୋଠା ତଥା ରେଳ,ସଡ଼କ ଆଦି ସୁବିଧା ଥାଇ ବିନା କାରଣ ରେ ଏହି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ନେଇ ତିବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି । ମାତ୍ର ୯୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ଘର ନିର୍ମାଣ କରି ଦେଇ ଏହି କେନ୍ଦ୍ର ବିନ୍ଦୁ ଥିବା ପୁରୁଣା ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରି ଦିଆ ଯାଇଛି ।
ପ୍ରକାଶ ଯେ,୧୮ କୋଟି ଟଙ୍କା ବ୍ୟୟ ଅଟକଳ ରେ ପାଞ୍ଚ କିମି ଦୂର ପିପିଲପଦର ଗ୍ରାମ ଠାରେ ମାତୃ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ ସହ କାର୍ଯ୍ୟକ୍ଷମ ରହିଛି । ସରକାରୀ ବିଭାଗୀୟ ଅଧିକାରୀ ତଥା ଠିକାଦାର ଓ ହିନ ରାଜନେତା ମିଶି ଗୋପନୀୟ ଭାବେ ସେହି ଚିକିତ୍ସାଳୟ କଡ଼ରେ ଖାଲି ଥିବା ଜାଗାରେ ଡାକ୍ତରଖାନା ନିର୍ମାଣ ଆବଶ୍ୟକତା ଦର୍ଶାଇ ବିପୁଳ ସରକାରୀ ଅର୍ଥ ହଡପ ସହ ବ୍ୟାପକ ଅନିୟମିତତା କରାଯାଇଛି । ୧୮ କୋଟି ଟଙ୍କା ଖର୍ଚ୍ଚ କରି ୩୬ କୋଟି ଟଙ୍କା ବ୍ୟୟ ବରାଦ କାଗଜ କଲମରେ କରି ସମସ୍ତେ ବେଶ୍ କୋଟି,କୋଟି ଟଙ୍କା ହଡ଼ପ ଅଭିଯୋଗ ସାଧାରଣ ରେ ହୋଇ ଆସୁଛି । ସେହିପରି ବିଭାଗୀୟ ମୁଖ୍ୟ ଅଧିକାରୀ ତଥା ଶାସକ ଓ ବିରୋଧୀ ଦଳ ନେତା ମଧ୍ୟରେ ପିସି କାରବାର କରି ଏହି ନୂତନ ଚିକିତ୍ସାଳୟର ଆରମ୍ଭ କରାଯାଇଛି ଯାହା ସମ୍ପୂର୍ଣ ରୂପେ ବେଆଇନ୍ ଅଟେ ।
ପାନୀୟ ଜଳ ସମସ୍ୟା,ବିଶେଷ କରି ଗମନା ଗମନ ସମସ୍ୟା ,ରକ୍ତ ଭଣ୍ଡାର ସରକାରୀ ଭାବେ ସ୍ଥାନାନ୍ତର ଅନୁମତି ନ ଥିବା, ଫାୟାର ବା ଅଗ୍ନିଶମ ଭଳି ସୁରକ୍ଷା ଅନୁମତି ନ ଥାଇ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ରୋଗୀ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଦୀର୍ଘ ବର୍ଷ ଧରି ଏହି କାରବାର କରି କେତେ ଟଙ୍କା ଖର୍ଚ୍ଚ କରି କେତେ କୋଟି ଟଙ୍କା ହଡ଼ପ କରାଯାଇଛି ତାହା ର ଭିଜିଲାନ୍ସ ତଦନ୍ତ କଲେ ସବୁ ତଥ୍ୟ ଲୋକ ଲୋଚନ କୁ ଆସିବ । ସାଧାରଣ ଲୋକ ସହର ବାହାର ପାଞ୍ଚ କିମି ଦୂର ଯିବା ପାଇଁ ଅଟୋ ରିକ୍ସା ପାଞ୍ଚ ଶହ ଟଙ୍କା ଖର୍ଚ୍ଚ କରିବା ଓ ବିଳମ୍ବରେ ପହଞ୍ଚି ରୋଗୀ ଙ୍କ ଜୀବନ ସହ ଖେଳ ଖେଳିବା ନେଇ ସ୍ଥାନୀୟ ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।
ବଲାଙ୍ଗୀର ଭଳି ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଭଳି ଆଉ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବା ଓ ପାଟଣା ଗଡ ରାସ୍ତା ରେ ମ୍ୟାଡିକଲ୍ କଲେଜ ତଥା ଡାକ୍ତରଖାନା କାର୍ଯ୍ୟକାରୀ କରାଯାଉ ବୋଲି ବିଗତ ଦିନରେ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । ସହର ରୁ ଏହି ଡାକ୍ତର ଖାନା ସମ୍ପୂର୍ଣ ରୂପେ ବନ୍ଦ କରି ଦେଇ ସେଠି ଏକ ବିରାଟ ସପିଙ୍ଗ ମଲ ନିର୍ମାଣ କରିବାକୁ ଯୋଜନା କରି ଥିବା ଚର୍ଚ୍ଚା ହେଉଥିବା ବେଳେ ନିର୍ମାଣଧିନ ଏହି ଡାକ୍ତରଖାନାକୁ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ କରି ଦେବେ ।
ସରକାର କା ମାଲ୍ ଦରିଆ ମେ ଡାଲ ଭଳି ନୀତି ରେ ନିଜେ ଅର୍ଥ ହଡପ କରି ରୋଗୀ ଙ୍କ ଜୀବନ ସହ ଖେଳ ଖେଳିବା କେତେ ଯୁକ୍ତି,ଯୁକ୍ତ ତାହା ଅତ୍ୟନ୍ତ ନିନ୍ଦନୀୟ । ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ଶାସନ ସଚିବ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗମୀ ଦିନରେ ବିରାଟ ଗଣ ଆନ୍ଦୋଳନ ହେବା ସୁନିଶ୍ଚିତ ।

