ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ ଘଟଣା, ନାବାଳିକା ଝିଅ ଖୋଲିଦେଲା ବାପାଙ୍କ ହତ୍ୟାର ଗୁମର

Date:

Share post:

ଆଳି, (୧୧/୦୬) : ଆପ୍ର : ନାବାଳିକା ଝିଅ ଖୋଲିଦେଲା ବାପାଙ୍କ ହତ୍ୟାର ଗୁମର। ବାପାଙ୍କୁ ମାରି ଦେଇଥିଲେ ମାମୁ । କେମିତି ମାରିଥିଲେ କହିଦେଲା ଝିଅ ।

କେନ୍ଦ୍ରାପଡ଼ା ଆଳିରେ ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ସାମ୍ନାକୁ ଆସିଲା ମୃତକଙ୍କ ନାବାଳିକା ଝିଅର ସାଂଘାତିକ ବୟାନ । କାନ୍ଦି କାନ୍ଦି କହିଛି ଝିଅ । ବାପାଙ୍କ ହାତକୁ ପଛପଟୁ ବାନ୍ଧି ଦେଲେ ମାମୁ । ତଣ୍ଟିଚିପି ବିଷ ପିଆଇ ଦେଲେ। ତା ପରେ ଘୋଷାରି ଘୋଷାରି ନେଇ ବିଲରେ ପକାଇଦେଲେ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ସେଠୀସାହିରେ ଶ୍ବଶୁର ଘରେ ଜ୍ବାଇଁ ବାବନ ସେଠୀଙ୍କ ମୃତ୍ୟୁ ଘଟିଥିଲା ।

ଗତ ୨ ତାରିଖ ରାତିରେ ଶ୍ୱଶୁର ଘର ଠାରୁ କିଛି ଦୂରରେ ବାବନ ସେଠୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏରଡ଼ଙ୍ଗ ଗାଁ’ର ବାବନ ସେଠୀ ପ୍ରାୟ ୨ବର୍ଷ ହେବ ମାନପୁର-ସେଠୀସାହିରେ ନିଜ ପରିବାର ସହ ଶ୍ବଶୁର ଘରେ ରହିଆସୁଥିଲେ । ଶଶୁରଘର ଲୋକେ ତାଙ୍କ ପୁଅକୁ ମାରିଦେଇଥିବା ବାବନ ସେଠୀଙ୍କ ମାଆ ଆଳି ଥାନାରେ ଏତଲା ଦେଇଥିଲେ । ଆଳି ଥାନା ଅଧିକାରୀ ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୂର୍ବରୁ ଅଭିଯୋଗକୁ ଖଣ୍ଡନ କରିଥିଲେ ମୃତ ବାବନ ସେଠୀଙ୍କ ଶାଳା ପ୍ରଶାନ୍ତ ସେଠୀ ଓ ପତ୍ନୀ ପ୍ରତିମା । ଅନ୍ୟପଟେ ପୋଷ୍ଟମଟମ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ

ବାଲିଗୁଡା, (୧୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା ଟ୍ରାକ୍ଟରରୁ ଖସି...

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳାଙ୍କ ସମେତ ୩ ଗୁରୁତର

ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା ।...

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି । ବନ୍ୟା ଓ ଲଗାଣ...

ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତାରୋକ

ଆଠଗଡ, (୧୧/୦୬) : ଆପ୍ର : ଆଠଗଡ ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୁହାଳପଡିଆରେ ତିନି ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ...