Homeaccidentଖାଦ୍ୟ ଖୋଜିବାକୁ ଆସି କୂଅରେ ଖସିଲେ ଦୁଇ ହାତୀ, ବନ ବିଭାଗ-ଅଗ୍ନିଶମ ମିଶି କଲେ ଉଦ୍ଧାର

ଖାଦ୍ୟ ଖୋଜିବାକୁ ଆସି କୂଅରେ ଖସିଲେ ଦୁଇ ହାତୀ, ବନ ବିଭାଗ-ଅଗ୍ନିଶମ ମିଶି କଲେ ଉଦ୍ଧାର

ମୁରିବାହାଲ, ୧୪।୦୮।୨୬): ବଲାଙ୍ଗୀର ବନଖଣ୍ଡ ଅଧୀନସ୍ଥ ମୁରିବାହାଲ ରେଞ୍ଜ ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ମା’ ଓ ଛୁଆ ହାତୀ ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲେ। ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବନ ବିଭାଗ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ବେଲପଡ଼ା ଥାନା ସୁଲେକେଲା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ରାଜୀନ୍ଦ୍ର ପୁଟେଲଙ୍କ ବାଡ଼ି ପଛପଟେ ଥିବା ଏକ ଚାଷ କୂଅ ନିକଟକୁ ଗତକାଲି ବିଳମ୍ବିତ ରାତିରେ ମା’ ଓ ଛୁଆ ହାତୀ ଖାଦ୍ୟ ଖୋଜିବାକୁ ଆସିଥିଲେ। ରାତି ପ୍ରାୟ ୧୧ଟା ସମୟରେ ଉଭୟ ହଠାତ୍ କୂଅ ଭିତରକୁ ଖସି ପଡ଼ିଥିଲେ। ଘଟଣା ଦେଖି ଗ୍ରାମବାସୀ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ।WhatsApp Image 2026 08 15 at 9.08.19 AM

ଖବର ପାଇ ରାତି ପ୍ରାୟ ୧ଟାରେ ମୁରିବାହାଲ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ମୁରିବାହାଲ ଭାରପ୍ରାପ୍ତ ରେଞ୍ଜର ଡମ୍ବରୁଧର ପ୍ରଧାନ*ଙ୍କ ତତ୍ତ୍ୱାବଧାନରେ ଫରେଷ୍ଟର *ଧ୍ରୁବ ଚରଣ ବଗର୍ତ୍ତୀ, ମନୋଜ ଦଣ୍ଡସେନା, ହୃଷିକେଶ ଭୋଇ, ସତ୍ୟମ୍ ମହାନ୍ତି ଏବଂ ବିଟ୍‌ ଇନ୍‌ଚାର୍ଜ ଜିନାସିଶ ସ, ବିଶାଲ ବିଭାର ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ମୁରିବାହାଲ ଓ ବେଲପଡ଼ା ଅଗ୍ନିଶମ ବାହିନୀର ସହାୟତାରେ ଜେସିବି ମେସିନ୍ ସାହାଯ୍ୟରେ ମା’ ଓ ଛୁଆ ହାତୀକୁ ସୁରକ୍ଷିତ ଭାବେ କୂଅରୁ ବାହାର କରାଯାଇଥିଲା। ଉଦ୍ଧାର ପରେ ଉଭୟ ନିକଟସ୍ଥ ସୁନାରୀ ସଂରକ୍ଷିତ ଜଙ୍ଗଲ ଆଡ଼କୁ ଚାଲିଯାଇଛନ୍ତି। ଗତ ଦୁଇ ବର୍ଷ ଧରି ମୁରିବାହାଲ ରେଞ୍ଜ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଞ୍ଚଳବାସୀ ହାତୀ ସୁରକ୍ଷା ପାଇଁ ବନବିଭାଗକୁ ସବୁବେଳେ ସତର୍କ ରହିବାକୁ ଦାବି କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments