Homebreaking newsପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାର ସଫଳତା: ମୁରିବାହାଲ SBI ପକ୍ଷରୁ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ୨...

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାର ସଫଳତା: ମୁରିବାହାଲ SBI ପକ୍ଷରୁ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ୨ ଲକ୍ଷ ଚେକ୍ ପ୍ରଦାନ

ମୁରିବାହାଲ, ୧୪।୦୮।୨୬): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ, ମୁରିବାହାଲ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଜଣେ ବ୍ୟକ୍ତିଙ୍କ ଅସହାୟ ବିଧବା ପତ୍ନୀଙ୍କୁ ୨ ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରାଯାଇଛି।WhatsApp Image 2026 08 15 at 9.07.46 AM

ମୁରିବାହାଲ ସଦର ବସ୍ତିର ସୁରୁସିଂ ବାଗ*ଙ୍କ ଗତ ଜୁନ ୨୪ ତାରିଖରେ ପରଲୋକ ହୋଇଯାଇଥିଲା। ସେ ବଞ୍ଚିଥିବା ବେଳେ SBI ମୁରିବାହାଲ ଶାଖାରେ ଥିବା ତାଙ୍କ ଜମାଖାତାରୁ ବର୍ଷକୁ ମାତ୍ର *୪୩୬ ଟଙ୍କା ପ୍ରିମିୟମରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ବୀମା କରିଥିଲେ। ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଅସମୟ ମୃତ୍ୟୁରେ ପତ୍ନୀ ସସ୍ମିତା ବାଗ ଓ ତାଙ୍କର ୪ ସନ୍ତାନର ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ବ୍ୟାଙ୍କରେ ବୀମା ଥିବା ଜାଣି ସସ୍ମିତା ବାଗ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ। ଆବଶ୍ୟକ ସମସ୍ତ କାଗଜପତ୍ର ଦାଖଲ ପରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା।

ବ୍ୟାଙ୍କ ପରିସରେ ଅନୁଷ୍ଠିତ ଏକ ସଭାରେ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ ସୁରୁସିଂ ବାଗଙ୍କ ନୋମିନି ତଥା ବିଧବା ପତ୍ନୀ ସସ୍ମିତା ବାଗଙ୍କୁ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଶାଖା ପରିଚାଳକ ଚକ୍ରଧର ସାହୁ ଓ ସହାୟକ ଅଧିକାରୀ ଅଭିନବ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଶ୍ରୀ ସାହୁ କହିଛନ୍ତି ଯେ, ଖାତାଧାରକମାନଙ୍କୁ ଅତି କମ୍ ପ୍ରିମିୟମରେ ବିଭିନ୍ନ ପ୍ରକାରର ବୀମା ଯୋଜନାରେ ସାମିଲ କରି ସହାୟତା ପ୍ରଦାନ କରାଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments