Homelocalଗୋବରୀରେ କୁମ୍ଭୀର ଆତଙ୍କ, ନଦୀକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ

ଗୋବରୀରେ କୁମ୍ଭୀର ଆତଙ୍କ, ନଦୀକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ

କେନ୍ଦ୍ରାପଡ଼ା, (୧୮/୦୮) : ଆପ୍ର : ଗୋବରୀରେ କୁମ୍ଭୀର ଆତଙ୍କ । କେନ୍ଦ୍ରାପଡ଼ା ଭାସ୍କର ସିନେମା ପଛପାଖ ଗୋବରୀ ନଦୀରେ କୁମ୍ଭୀର ।

ରବିବାର ରାତିଠାରୁ ଏଭଳି ଖବର ସହର ସମେତ ଉପକଣ୍ଠ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଗୋବରୀରେ କୁମ୍ଭୀରର ଦେଖିଥିବା ଅଭିଯୋଗ କରିବା ପରେ ଆତଙ୍କ ଖେଳିଯାଇଛି । ତେବେ କୁମ୍ଭୀରର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବନ୍ଯାପାଣିରେ ଉପରମୁଣ୍ଡକୁ ଚାଲି ଆସିଥିବା କୁହାଯାଉଛି । ଗୋବରୀ ନଦୀର ତଳ ଅଞ୍ଚଳ ଗଣ୍ଡାଖିଆରେ ଏକାଧିକ କୁମ୍ଭୀର ଠାବ ହୋଇଥିବା ବେଳେ ପ୍ରଥମ ଥର ପାଇଁ କେନ୍ଦ୍ରାପଡା ସହର ଦେଇ ଯାଇଥିବା ଗୋବରୀ ନଦୀରେ କୁମ୍ଭୀର ଦେଖାଯାଇଛି ।

ଏଖବର ଜଣାପଡ଼ିବା ପରେ ପୌର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ସ୍ନାନ ଅବା ନିତ୍ୟାଦି କର୍ମ ପାଇଁ ନଦୀକୁ ଗଲେ କୁମ୍ଭୀର ଟାଣି ନେବାର ଆଶଙ୍କା ରହିଛି । ଅଭିଯୋଗର ଯାଞ୍ଚ୍ ପରେ ଏଥିରେ ସତ୍ୟତା ଥିବା ପ୍ରଶାସନ ଜାଣିବାକୁ ପାଇଥିଲା । ବନ ବିଭାଗ ଏ ସଂକ୍ରାନ୍ତରେ ଯାଞ୍ଚ ରିପୋର୍ଟ ପ୍ରଶାସନକୁ ଦେବା ପରେ ପ୍ରଶାସନ କୁମ୍ଭୀର ଥିବା ସ୍ପଷ୍ଟ କରିଛି । କୌଣସି ବ୍ୟକ୍ତି ନଦୀକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଟାଉନ୍ ବାସିନ୍ଦା, କପାଳେଶ୍ଵର ଓ ଗୁଲୁନଗର ପଞ୍ଚାୟତର ବାସିନ୍ଦାଙ୍କୁ ଗୋବରୀ ନଦୀକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments