ପୁରୁଷୋତ୍ତମପୁର ସହର ସ୍ଥିତ ନୀଳକଣ୍ଠ ନଗର ରେ ଅବସ୍ତିତ ଅକ୍ସ ଫୋର୍ଡ଼ ଇଁରାଜୀ ସ୍କୁଲ ରେ ପ୍ରଥମ ଥର କରି ଏକ ଆୟୁର୍ବେଦିକ ମେଳା ଅନୁଷ୍ଠାନ ର ଅଧକ୍ଷ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆୟୁର୍ବେଦିକ ଡାକ୍ତର ସୁନୀଲ କୁମାର ଦଳେଇ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଜ୍ଞାନ ମହା ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ସୁଚିତ୍ରା ମିଶ୍ର, ଅନ୍ୟତମ ଅତିଥି ରୂପେ ଜଣେ ବହୁ ସମ୍ମାନ ରେ ବିଭୂଷିତ ଲେଖକ ଓ କବି ତଥା ଏହି ବିଦ୍ୟାଳୟ ର ଉପାଧକ୍ଷ ପ୍ରସନ୍ନ କୁମାର ଦଳେଇ ଏବଂ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ପ୍ରସନ୍ନ କୁମାର ଦାଶ ଯୋଗ ଦେଇଥିଲେ |
ଅତିଥି ମାନେ ପ୍ରଥମେ ଅଗ୍ର ଗଣ୍ୟ ଗଜାନନ ଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ସ୍କୁଲ ର କିଛି ଷ୍ଟାଫ ଅତିଥି ମାନଙ୍କୁ ସ୍ୱାଗତ ଜଣାଇ ଉତ୍ତରୀୟ ଓ ପ୍ରଭୁ ଜଗନ୍ନାଥ ଙ୍କ ଏକ ପଟ୍ଟଚିତ୍ର ଦେଇ ଥିଲେ | ଅତିଥି ମାନଙ୍କ ଭିତରେ ପ୍ରଥମେ ଅଧ୍ୟାପିକା ସୁଚିତ୍ରା ମିଶ୍ର ତାଙ୍କ ଭାଷଣ ରେ ପିଲାମାନ ଙ୍କ କିଛି ଜ୍ୱର, ଖାସ, ଥଣ୍ଡା ଠାରୁ ଯାହାବି ରୋଗ ହେଲେ ବିଭିନ୍ନ ଚେର ମୂଳ ପତ୍ର ର ରସ, ଗୁଣ୍ଡ ଓ ଫୁଲ ଖୋଇବାକୁ ଦେଇ କିପରି ସବୁରୋଗ ଭଲ କରି ପାରୁଥିଲେ | ସେହି ପ୍ରକୃତି ର ବରଦାନ ଏହି ଆୟୁର୍ବେଦ ବୃକ୍ଷ, କବି ତାଙ୍କ ଭାଷଣ ରେ ଏହି ସ୍କୁଲ ରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର କରି ସ୍କୁଲ ର ଛାତ୍ର, ଛାତ୍ରୀ ଙ୍କ ଯେଉଁ ଚେଷ୍ଟା ଓ ପ୍ରଚେଷ୍ଟା ଯୋଗୁଁ ସମ୍ଭବ ହୋଇଛି ସେଥିପାଇଁ ତାଙ୍କୁ ସବୁଶ୍ରେୟ ଦେବାକୁ ପଡିବ | କାରଣ ଏହି ଆୟୁର୍ବେଦ ମେଳା ରେ ବହୁତ କିଛି ଜିନିଷ ଜାଣିବାର ଅଛି, ଶିଖିବାର ରହିଥିବାରୁ,| ଅନ୍ୟତମ ଅତିଥି ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ ତାଙ୍କ ମନ୍ତବ୍ୟ ରେ ପିଲାର ଆଦ୍ୟ ଗୁରୁ ମାଆ, ବାପା ହୋଇଥିଲା ବେଳେ ତାଙ୍କର ଋଣ ବିଶେଷ କରି ମାଆଙ୍କ ଋଣ କିଏବି ଆଜିପର୍ଯ୍ୟନ୍ତ ସୁଝି ପାରିନାହାନ୍ତି |
ବିଦ୍ୟା ଗୁରୁ ହେଉଛନ୍ତି ସର୍ବଶ୍ରେଷ୍ଟ ତେଣୁ ତାଙ୍କର ଆଦର୍ଶ ରେ ପିଲାମାନେ ଏହି ସବୁ ଆୟୁର ବେଦ ବିଜ୍ଞାନ ମେଳା କରିମାଆ ଯେପରି ପିଲା ଙ୍କ ସବୁ ନୀରୋଗ ପାଇଁ ଲିମ୍ବ, ହଳଦୀ, ପୁଦିନା, ପଶାରୁଣୀ, ଆଁଳା, ତୁଳସୀ, ରସ, ଲେପ, ଦେଇଥାନ୍ତି | ସେହି କାର୍ଯ୍ୟକୁ ବାସ୍ତବ ତାର ରୂପ ଦେଇଛନ୍ତି ଏହି ପିଲାମାନେ | ଶେଷରେ ଏହାର ମୁଖ୍ୟ ଅତିଥି ଡକ୍ଟର ମହୋଦୟ ଭଗବାନ ଯେତେବେଳେ ଏହିସୃଷ୍ଟି ତିଆରି କଲେ ସେଠାରେ ସବୁରୋଗ ର ନିରାକାରଣ ପାଇଁ ଯେଉଁ ବୃକ୍ଷ ସୃଷ୍ଟି କରିଛନ୍ତି , ସେହି ବୃକ୍ଷ ରୁ ଆମେ ଆମର ଅମୃତ ର ନିରୋଗୀ ଜିନିଷ ପାଇ ପାରିବା ବୋଲି କହିଥିଲେ | ଅଧକ୍ଷ ଏହିଭଳି ନୁଆଁ, ନୁଆଁ କାର୍ଯ୍ୟକ୍ରମ କରି ଥିବାରୁ ଅଭିଭାବକ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ |ଏହାସହ ଏହି ଆୟୁର୍ବେଦ ମେଳା ରେ କୃତିତ୍ୱ ଅର୍ଜୁନ କରିଥିବା ପଞ୍ଚମ ଠାରୁ , ଦଶମ କ୍ଲାସ ର ଛାତ୍ର, ଛାତ୍ରୀ ମାନେ ହେଲେ
ପଞ୍ଚମ ଶ୍ରେଣୀ ରେ – ତରୁଲତା ମହାଙ୍କୁଡ ଏବଂ ସୋମିଆ |
ଷଷ୍ଠ ଶ୍ରେଣୀ – ସିଦ୍ଧାର୍ଥ ଗୌଡ଼ ଏବଂ ସମାର୍ଥ ଗୌଡ଼ |
ସପ୍ତମ ଶ୍ରେଣୀ – ଓମ୍ ପ୍ରକାଶ ଏବଂ ସତ୍ୟ ପ୍ରକାଶ
ଅଷ୍ଟମ ଶ୍ରେଣୀ – ଦୀପ୍ତିମୟୀ ନାହକ୍ |
ନବମ ଶ୍ରେଣୀ – ସମ୍ବୁନାଥ ପଣ୍ଡା ଏବଂ ସାହିଲ ବେହେରା |
ଦଶମ ଶ୍ରେଣୀ – ପ୍ରଦିପ ସାହୁ ଏବଂ ସାନ୍ଧାରାଣୀ ଦାଶ | ଏହି ଛାତ୍ର, ଛାତ୍ରୀ ମାନେ ଭଲ କରି ଥିଲେ | ଏମାନଙ୍କ ସହିତ ପ୍ରଥମ ଥର ହୋଇ ଥିବା ଏହି ମେଳାରେ ଅନ୍ୟ ଛାତ୍ର, ଛାତ୍ରୀ ମାନେ ମଧ୍ୟ ଭଲ କରିଛନ୍ତି

