ସୁବର୍ଣ୍ଣପୁର ,(୧୧/୦୮): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ନାଳଖଣ୍ଡି ମୋବାଇଲ ଲୁଟ ମାମଲା ରେ ପୋଲିସ ୨ ଜଣ ନାବାଳକ ସମେତ ୪ ଜଣ ଲୁଟେରା ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ଗିରଫ ଲୁଟେରା ମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଟଖଟିଆ ଗ୍ରାମର ରାହୁଲ ସୁନା (୧୯) ଓ ଅଜିତ ସୁନା (୨୦) ଏବଂ ଦୁଇ ଜଣ ନାବାଳକ l
ସୂଚନା ଅନୁସାରେ ସିଲାଟି ନାଳଖଣ୍ଡି ନିକଟରେ ସିଲାଟି ଗ୍ରାମର ଆୟୁଷ ସାହୁ ଠିଆ ହୋଇଥିବା ବେଳେ ୨ ଟି ବାଇକ୍ ରେ ୪ ଜଣ ଆସି ବିନିକା ରାସ୍ତା ପଚାରି ଫୋନ୍ କରିବା ପାଇଁ ତାକୁ ମୋବାଇଲ ମାଗିଥିଲେ l କଥା ହେବା ଆଳରେ ମୋବାଇଲ ଧରି ଫେରାର ହୋଇଯାଇଥିଲେ l ତେବେ ଦୁଇ ଜଣ ଲୁଟେରା ଫେରାର ମାରିଥିବା ବେଳେ ରାହୁଲ ଓ ଅଜିତ କୁ ଲୋକେ ଶଙ୍କରା ଠାରେ କାବୁ କରି ପୋଲିସକୁ ଜିମା ଦେଇଥିଲେ l ଲୁଟ ର ଶିକାର ହୋଇଥିବା ଆୟୁଷ ଥନା ରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଫେରାର ଥିବା ଦୁଇ ନାବାଳକ ଥାନା କୁ ଆଣିଥିଲା l ଲୁଟେରା ମାନଙ୍କ ଠାରୁ ମୋବାଇଲ ଉଦ୍ଧାର କରିଥିବା ବେଳେ ଲୁଟେରା ଙ୍କ ବାଇକ୍ ପୁଲିସ ଜବତ କରିଛି l ରାହୁଲ ଓ ଅଜିତ କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଦ୍ବୟ ଙ୍କୁ ବୌଦ୍ଧ ସୁଧାର ଗୃହ କୁ ପଠା ଯାଇଥିବା ଏସ ଆଇ ମାରୁତ ଚନ୍ଦ୍ର ପଧାନ ସୁଚନା ଦେଇଛନ୍ତି l

