Homelocalବିଧାୟକଙ୍କ କରକମଳରେ ମିଶନ ଶକ୍ତି ନୂତନ ସଭାଗୃହ ଉଦଘାଟିତ

ବିଧାୟକଙ୍କ କରକମଳରେ ମିଶନ ଶକ୍ତି ନୂତନ ସଭାଗୃହ ଉଦଘାଟିତ

ମୁରିବାହାଲ, (୨୯/୦୫) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଚାରି ଗୋଟି ପଞ୍ଚାୟତ ମୁରିବାହାଲ, ଚନାବାହାଲ, ଇଛାପଡା ଓ ଗଁରେଇ ଠାରେ ପଞ୍ଚାୟତ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଟି ଫେଡ୍ରେସନ ଭବନ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ କରକମଳରେ ମିଶନ ଶକ୍ତି ନୂତନ ସଭାଗୃହ ଉଦଘାଟିତ ହୋଇଯାଇଛି ।WhatsApp Image 2026 05 30 at 06.54.40

ଏହି ଅବସରରେ ମହିଳା ମାନଙ୍କ ବିକାଶ ଉପରେ ଉଦବୋଧନ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠୀ, ବିଜେପି ଜିଲ୍ଲା ସମ୍ପାଦକ ପୁରନ୍ଦର ବାଗ, ଏଏଇ ଅଭିନାଶ ମୁଦି ,ଜେଇ ଗୀତାଞ୍ଜଳି ସାହୁ,ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ,ଚନାବାହାଲ ସରପଞ୍ଚ କୁନ୍ତୀ ମେହେର, ଇଛାପଡା ସରପଞ୍ଚ ସୁବାଶିନୀ ବେହେର, ଏମବିକେ, ସିଆରପି ଶତାଧିକ ମହିଳା ଉପସ୍ଥିତ ଥିଲେ । ବିପିଏମ ଡ଼ଃ ଗୋପାଲକୃଷ୍ଣ ଦୀପ ମଞ୍ଚ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments