Homebreaking newsଭାଇକୁ ମାରିଲା ଭାଇ, ସାମାନ୍ୟ ବଚସାରୁ ଫିକା ପଡ଼ିଲା ରକ୍ତର ସମ୍ପର୍କ

ଭାଇକୁ ମାରିଲା ଭାଇ, ସାମାନ୍ୟ ବଚସାରୁ ଫିକା ପଡ଼ିଲା ରକ୍ତର ସମ୍ପର୍କ

ପାଟଣାଗଡ଼, (୧୫/୧୧) : ଆପ୍ର : ଭାଇକୁ ମାରିଲା ଭାଇ । ସାମାନ୍ୟ ବଚସାରୁ ଫିକା ପଡ଼ିଲା ରକ୍ତର ସମ୍ପର୍କ । ବଡଭାଇକୁ ପିଟି ପିଟି ମାରିଦେଲା ସାନଭାଇ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବାଲିପଟା ଗାଁ’ର ଅଭାବନୀୟ ଘଟଣା । ମୃତକ ହେଲେ ବାଲିପଟା ଗାଁ’ର ଭୃମରାଜ ମାଝୀ । ସୂଚନା ଅନୁଯୟୀ, ଭୃମରାଜ ଓ ପ୍ରେମାନନ୍ଦ ଘରୁ ଖାଇସାରି ନିଜ କ୍ଷେତ ଘରକୁ ଶୋଇବା ପାଇଁ ଯାଇଥଲେ । ଦୁଇଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ପ୍ରେମାନନ୍ଦ ଉତ୍ୟକ୍ତ ହୋଇ ଖଟ କାଠରେ ଭୃମରାଜ ମାଝୀଙ୍କୁ ପିଟିପିଟି ମାରିଦେଇଛନ୍ତି । ନିଜେ ଗାଁ’ରେ ଯାଇ ହତ୍ୟା କରିଥିବା କହିବା ପରେ ମୃତକଙ୍କ ବାପା ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ପ୍ରେମାନନ୍ଦ ମାଝୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments