Homelocalବଙ୍ଗୋମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଧାରଣା

ବଙ୍ଗୋମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଧାରଣା

ମୁରିବାହାଲ, (୨୯/୫) : ଆପ୍ର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତାକୁ ପାଉଥିବା ବ୍ୟାଙ୍କ ଆକାଉଣ୍ଟ ଯୋଗେ ଯାଉଥିବା ହିତାଧିକାରୀ ଦୀର୍ଘ ୩ ମାସ ହେଲା ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି ।WhatsApp Image 2026 05 30 at 06.54.38 1

ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉନଥିବାରୁ ବାଧ୍ୟହୋଇ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ଅଜିତକୁମାର ଯୋଷୀଙ୍କ ନେତୃତ୍ୱରେ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଗତ ତିନି ମାସ ହେଲା ସେମାନଙ୍କ ଖାତାକୁ ଟଙ୍କା ଆସୁନଥିବାରୁ ଦୈନନ୍ଦିନ ଖର୍ଚ୍ଚ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ହିତାଧିକାରୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେବଳ ପ୍ରତିଶୃତି ଦେଇ ସମୟ ଗଡ଼ାଇ ଚାଲିଥିବା ଶ୍ରୀ ଯୋଶୀଙ୍କୁ ଜଣାଇଥିଲେ ।

ଯଦି ତୁରନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ବକେୟା ଭତ୍ତା ଟଙ୍କା ପ୍ରଦାନ କରା ନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିବ ବୋଲି ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଯୋଷୀ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି । ଏହି ଧାରଣାରେ ବ୍ଲକ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ହିତାଧିକାରୀଙ ପ୍ରମୁଖ ସାମିଲଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments