ରାୟଗଡା, (୨୮/୦୫) :ଆପ୍ର : ରାୟଗଡା ଜିଲ୍ଲାରେ ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଆରକ୍ଷୀ ଅଧୀକ୍ଷକ ରାଜ୍ ପ୍ରସାଦ।
ଜିଲ୍ଲାରେ ବଢୁଥିବା ମହିଳା ଓ ଶିଶୁ ସୁରକ୍ଷା, ଅପରାଧ, ରାହାଜାନୀ, ଏବଂ ଦୂର୍ଘଟଣା ରୋକିବା ଦିଗରେ ଯଥେଷ୍ଟ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଏସପି । ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି। ସେହିଭଳି ରାୟଗଡ଼ ସହରରେ ଲାଗିଥିବା ବନ୍ଦ ରହିଥିବା ସିସିଟିଭି ଗୁଡ଼ିକ ସକ୍ରିୟ କରାଯିବ। ଜିଲ୍ଲାରେ କ୍ରାଇମ୍ ରୋକିବାରେ ପୁଲିସ୍ ଯଥେଷ୍ଟ ଚେଷ୍ଟା ଜାରି ରଖିବ ବୋଲି କହିଛନ୍ତି ଏସପି ରାଜ୍ ପ୍ରସାଦ।

