HomeBlogସାଇପ୍ରିୟା ୱାକର୍ସ କ୍ଲବ ତରଫରୁ ଆୟୋଜିତ ତିନି ଦିନିଆ ଯୋଗ ଶିବିରର ଭବ୍ୟ ସମାପନ ଉତ୍ସବ...

ସାଇପ୍ରିୟା ୱାକର୍ସ କ୍ଲବ ତରଫରୁ ଆୟୋଜିତ ତିନି ଦିନିଆ ଯୋଗ ଶିବିରର ଭବ୍ୟ ସମାପନ ଉତ୍ସବ ଅନୁଷ୍ଠିତ

ରାୟଗଡା, (୨୭/୦୫) : ଆପ୍ର : ସାଇପ୍ରିୟା ୱାକର୍ସ କ୍ଲବ ତରଫରୁ ସାଇପ୍ରିୟା ନଗର ବ୍ୟାଡମିଣ୍ଟନ ପଡ଼ିଆ ନିକଟସ୍ଥ ବାଙ୍ଗରାମା ଆପାର୍ଟମେଣ୍ଟ ପଡ଼ିଆଠାରେ ଆୟୋଜିତ ତିନି ଦିନିଆ ଯୋଗ ଶିବିରର ଆଜି ଭବ୍ୟ ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଫଳ ସମାପନ ହୋଇଯାଇଛି ।WhatsApp Image 2026 05 27 at 07.27.57

ଏହି ଯୋଗ ଶିବିର ସ୍ୱାସ୍ଥ୍ୟ ସଚେତନତା, ମାନସିକ ଶାନ୍ତି ଓ ସାମାଜିକ ସମନ୍ୱୟର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲା। ଶିବିରର ତୃତୀୟ ଓ ଶେଷ ଦିନରେ ଏକନବକୁଣ୍ଡିଆ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପ୍ରଭାତର ସୁମଧୁର ପରିବେଶ, ବେଦମନ୍ତ୍ର ଉଚ୍ଚାରଣ ଓ ଯୋଗାଭ୍ୟାସର ମିଳିତ ଆବହାୱା ସମଗ୍ର ପରିସରକୁ ଭକ୍ତିମୟ, ଶାନ୍ତିମୟ ଓ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ କରିଦେଇଥିଲା । ଉପସ୍ଥିତ ସମସ୍ତେ ଆଧ୍ୟାତ୍ମିକ ଚେତନା ଓ ସ୍ୱାସ୍ଥ୍ୟ ସୁରକ୍ଷାର ସନ୍ଦେଶକୁ ହୃଦୟଙ୍ଗମ କରିଥିଲେ ।

ସାଇପ୍ରିୟା ୱାକର୍ସ କ୍ଲବର ପ୍ରତିଷ୍ଠାତା ସଭାପତି ୱାକର ସୁବାଷ ବେହେରା, ରାୟଗଡ଼ ଆଞ୍ଚଳିକ ସଭାପତି ୱାକର ଡ଼ଃ ଏମ୍. ସୁରେଶ କୁମାର, କ୍ଲବ ସଭାପତି ୱାକର ଜୟକୃଷ୍ଣ ପ୍ରଧାନ, ସମ୍ପାଦକ ୱାକର ଜଗନ୍ନାଥ ନାୟକ, କୋଷାଧ୍ୟକ୍ଷ କେ. ବୈକୁଣ୍ଠ ରାଓ ଏବଂ ଉପସଭାପତି ୱାକର ଲାଲମୋହନ ବେହେରାଙ୍କ ବଳିଷ୍ଠ ନେତୃତ୍ୱ, ସୁଚିନ୍ତିତ ଯୋଜନା ଓ ସମସ୍ତ ୱାକର ସଦସ୍ୟ ସଦସ୍ୟାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ଫଳରେ ଏହି ଶିବିର ସଫଳତାର ଶିଖର ସ୍ପର୍ଶ କରିପାରିଥିଲା ।WhatsApp Image 2026 05 27 at 07.03.15

ଏହି ଯୋଗ ଶିବିରରେ ପ୍ରତିଦିନ ରାୟଗଡ଼ ସହରର ବିଭିନ୍ନ କ୍ଲବର ସଦସ୍ୟ ସଦସ୍ୟା, ଅନ୍ତର୍ଜାତୀୟ ୱାକର୍ସ କ୍ଲବର ବହୁସଂଖ୍ୟକ କର୍ମକର୍ତ୍ତା, ଯୋଗପ୍ରେମୀ, ବୃଦ୍ଧ, ଯୁବକ ଓ ମହିଳାମାନେ ବହୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଯୋଗ ଗୁରୁ ସ୍ୱାମୀ ରାଜେଶ କୁମାରଜୀ ଓ ସ୍ୱାମୀ ଚୈତନ୍ୟାନନ୍ଦଜୀ ବିଭିନ୍ନ ପ୍ରକାରର ଯୋଗାସନ, ପ୍ରାଣାୟାମ ଓ ଧ୍ୟାନର ଉପକାରିତା ସମ୍ପର୍କରେ ସରଳ ଏବଂ ପ୍ରେରଣାଦାୟକ ଭାବରେ ଆଲୋକପାତ କରିଥିଲେ ।

ସେମାନେ କହିଥିଲେ ଯେ, “ନିୟମିତ ଯୋଗ ହେଉଛି ସୁସ୍ଥ ଶରୀର, ଶାନ୍ତ ମନ ଓ ସନ୍ତୁଳିତ ଜୀବନର ମୂଳ ଆଧାର।” ସମାପନ ଉତ୍ସବରେ ସମସ୍ତ ଅଂଶଗ୍ରାହୀଙ୍କୁ ଧନ୍ୟବାଦ ଜଣାଯିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ସ୍ୱାସ୍ଥ୍ୟମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ତିନିଦିନିଆ ଯୋଗ ଶିବିର ସାଇପ୍ରିୟା ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା, ସାମୂହିକ ସହଯୋଗ ଓ ଆଧ୍ୟାତ୍ମିକ ଜାଗରଣର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ବେଳେ, ଉପସ୍ଥିତ ସମସ୍ତଙ୍କ ମନରେ ଏହା ଏକ ସ୍ମରଣୀୟ ଓ ଐତିହାସିକ ଆୟୋଜନ ଭାବେ ଅଙ୍କିତ ହୋଇ ରହିଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments