Homelocalପିଏମ୍-ସୂର୍ଯ୍ୟ ଘର ସହ ଯୋଡ଼ି ହେବ ପିଏମ୍-ଆବାସ ଯୋଜନା : ଉପମୁଖ୍ୟମନ୍ତ୍ରୀ

ପିଏମ୍-ସୂର୍ଯ୍ୟ ଘର ସହ ଯୋଡ଼ି ହେବ ପିଏମ୍-ଆବାସ ଯୋଜନା : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (୦୮/୦୭) : ଆପ୍ର : ପିଏମ୍-ସୂର୍ଯ୍ୟ ଘର ଯୋଜନାକୁ ରାଜ୍ୟର ପିଏମ୍-ଆବାସ ସମେତ ବିଭିନ୍ନ ଗୃହ ନିର୍ମାଣ ଯୋଜନା ସହ ସଂଯୋଜନ କରାଯିବ

ଶକ୍ତି କ୍ଷେତ୍ରର ସୁଧାର ଓ କେନ୍ଦ୍ର-ରାଜ୍ୟ ଯୋଜନାର ସମନ୍ୱୟ ନେଇ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଘୋଷଣା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପିଏମ୍-ଆବାସ ଓ ଅନ୍ୟାନ୍ୟ ଗୃହ ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ସୌର ଶକ୍ତିର ସୁବିଧା ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ । ଏହାଦ୍ୱାରା ୨୪ ଘଣ୍ଟିଆ ପରିଷ୍କାର ବିଜୁଳି ମିଳିବା ସହ ବିଦ୍ୟୁତ ବିଲ୍ ମଧ୍ୟ କମିବ। ତେବେ ଏହି ସୁବିଧା ହିତାଧିକାରୀଙ୍କ ପାଇଁ ଇଚ୍ଛାଧୀନ ରହିବ ।

ଯୋଜନା ଅନୁଯାୟୀ, ସହରାଞ୍ଚଳରେ ୧ କିଲୋୱାଟ୍ ଛାତ ଉପର ସୌର ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ର ସରକାର ୩୦ ହଜାର ଟଙ୍କା ଏବଂ ରାଜ୍ୟ ସରକାର ୨୫ ହଜାର ଟଙ୍କା ସବସିଡି ଦେବେ । ଫଳରେ ହିତାଧିକାରୀଙ୍କୁ ମାତ୍ର ୧,୮୭୫ ଟଙ୍କା ଖର୍ଚ୍ଚରେ ଏହି ସୁବିଧା ମିଳିପାରିବ । ବୈଠକରେ ବିଦ୍ୟୁତ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଅଧୀନରେ ୩୭୦୮ କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ୍ ବିଛାଯିବ । ଏହା ସହ ବିପଜ୍ଜନକ ଝୁଲନ୍ତା ତାର ହଟାଇବା, ଇନସୁଲେଟେଡ୍ କଣ୍ଡକ୍ଟର ବ୍ୟବହାର, ସବ୍-ଷ୍ଟେସନ୍‌ରେ ଫେନ୍ସିଂ ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଶକ୍ତି, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ସମନ୍ୱୟରେ ଏହି ସମସ୍ତ କାର୍ଯ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ସରକାରଙ୍କ ମତରେ, ଏହି ପଦକ୍ଷେପ ରାଜ୍ୟରେ ସ୍ୱଚ୍ଛ ଶକ୍ତି ବ୍ୟବହାର ବୃଦ୍ଧି ସହ ବିଜୁଳି ବିଲ୍ ହ୍ରାସ ଏବଂ ନିରାପଦ ବିଦ୍ୟୁତ ବ୍ୟବସ୍ଥା ଗଠନରେ ସହାୟକ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments