ଘାଟି ତଳକୁ ଖସି ପଡ଼ିଲା ବାଇକ୍, ଚାଲିଗଲା ୩ ଜୀବନ

Date:

Share post:

ରାଇରଙ୍ଗପୁର, (୨୭/୦୬) : ଆପ୍ର : ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର । ରାଇରଙ୍ଗପୁର ଅଞ୍ଚଳରେ ଏକ ଦୁର୍ଘଟଣାରେ ଚାଲିଯାଇଛି ତିନି ତିନୋଟି ମୂଲ୍ୟବାନ ଜୀବନ ।

ଗୋରୁମହିଷାଣୀ ଥାନା ଅଧୀନ ଗୋରୁଡ଼ପାଣି ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ୍ ଘାଟି ତଳକୁ ଖସି ପଡ଼ିବାରୁ ଘଟିଛି ଏହି ଦୁଃଖଦ ଅଘଟଣ । ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଗୋରୁଡ଼ପାଣି ଘାଟିରେ ଦୁର୍ଘଟଣା । ଘାଟି ତଳକୁ ବାଇକ୍ ଖସି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୋରୁଡ଼ପାଣି ଗାଁ’ରୁ ଏକ ବାଇକରେ ୩ଜଣ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି ।

ମୃତକ ୩ଜଣ ଗୋରୁମହିଷାଣୀ ଥାନା ଦୁଧିଚୁଆ ଗ୍ରାମର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ବାଇକରେ ତିନିଜଣ ଯାତ୍ରା କରିବା ଏବଂ ପାହାଡ଼ିଆ ଘାଟି ରାସ୍ତାରେ ଅସାବଧାନତା କେତେ ଭୟଙ୍କର ପରିଣାମ ଆଣିପାରେ, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ ସୃଷ୍ଟି କରିଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ବିଳମ୍ବରେ ଆରମ୍ଭ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ

ରାୟଗଡା, (୨୭/୦୬) : ଆପ୍ର : ରାୟଗଡା ଜି.ସି.ଡି ଖେଳ ପଡିଆ ଠାରେ ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ...

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର

ପୁରୀ, (୨୭/୦୬) : ଆପ୍ର : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ...

ଆଜିଠାରୁ ୫ ଦିନ ଅସ୍ଥିର ରହିବ ପାଗ; ବଜ୍ରପାତ ଓ ପ୍ରବଳ ବର୍ଷା ନେଇ IMDର ପୂର୍ବାନୁମାନ

ଭୁବନେଶ୍ୱର, (୨୭/୦୬) : ଆପ୍ର : ଆସନ୍ତା ୫ ଦିନ ରାଜ୍ୟରେ ପାଗ ବଦଳିବ। ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦...

ପାଠ୍ୟପୁସ୍ତକରେ ତ୍ରୁଟି, ତଦନ୍ତ ରିପୋର୍ଟ ପରେ ଆକ୍ସନ୍ ମୋଡରେ ସରକାର; ନିଲମ୍ବିତ ହେଲେ ୪ ଅଧିକାରୀ

ଭୁବନେଶ୍ୱର, (୨୭/୦୬) : ଆପ୍ର : ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟିକୁ ନେଇ ସରକାର ନେଇଛନ୍ତି କଡ଼ା ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ...