ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତା, ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

Date:

Share post:

ପୁରୀ, (୨୭/୦୬) : ଆପ୍ର : ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ କରିବେ । ଆସନ୍ତା ଜୁନ ୨୯ ତାରିଖରେ ରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଆୟୋଜିତ ହେବାକୁ ଯାଉଛି ।

ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ତେବେ ସେହିକ୍ରମରେ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହେବ । ଆଜି ଦଇତାପତି ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବେ । ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ହେଉଛନ୍ତି ଦଇତାପତି ସେବକ । ଘୋଷ ଯାତ୍ରାର ପରମ୍ପରା ମୁତାବକ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା (ସ୍ନାନଯାତ୍ରା)ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏମାନଙ୍କ ଦ୍ବାରା ସମସ୍ତ ଗୁରୁତ୍ବପୂର୍ଣ୍ଣ ନୀତି ସଂପନ୍ନ ହେବ । ମହାପ୍ରଭୁଙ୍କ ଗୁପ୍ତ ସେବା କରିବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ଦଇତାମାନେ ମନ୍ଦିର ପ୍ରବେଶ କରିବେ ।

ମଙ୍ଗଳ ଆଳତି ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଦଇତାପତି ସେବକମାନେ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସମସ୍ତ ନୀତି ନିର୍ବାହ କରିବାର ପ୍ରଥା ରହିଛି । ଦଇତା ପ୍ରବେଶ ପରେ ଆସନ୍ତାକାଲି ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଙ୍କି କରାଯିବ । ବଡସିଂହାର ପରେ ଦଇତା ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ନୀତି ସଂପାଦନ କରିବେ । ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ ଏବଂ ଚାର ବନ୍ଧାଯିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବାନ୍ଧିବା ନୀତି ସଂପନ୍ନ କରିବେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବିଳମ୍ବରେ ଆରମ୍ଭ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ

ରାୟଗଡା, (୨୭/୦୬) : ଆପ୍ର : ରାୟଗଡା ଜି.ସି.ଡି ଖେଳ ପଡିଆ ଠାରେ ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ...

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର

ପୁରୀ, (୨୭/୦୬) : ଆପ୍ର : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ...

ଆଜିଠାରୁ ୫ ଦିନ ଅସ୍ଥିର ରହିବ ପାଗ; ବଜ୍ରପାତ ଓ ପ୍ରବଳ ବର୍ଷା ନେଇ IMDର ପୂର୍ବାନୁମାନ

ଭୁବନେଶ୍ୱର, (୨୭/୦୬) : ଆପ୍ର : ଆସନ୍ତା ୫ ଦିନ ରାଜ୍ୟରେ ପାଗ ବଦଳିବ। ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦...

ପାଠ୍ୟପୁସ୍ତକରେ ତ୍ରୁଟି, ତଦନ୍ତ ରିପୋର୍ଟ ପରେ ଆକ୍ସନ୍ ମୋଡରେ ସରକାର; ନିଲମ୍ବିତ ହେଲେ ୪ ଅଧିକାରୀ

ଭୁବନେଶ୍ୱର, (୨୭/୦୬) : ଆପ୍ର : ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟିକୁ ନେଇ ସରକାର ନେଇଛନ୍ତି କଡ଼ା ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ...