କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଗଛ , ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଓ ଯାତାୟାତ ବାଧାପ୍ରାପ୍ତ

Date:

Share post:

ଭଦ୍ରକ, (୩୦/୦୫) : ଆପ୍ର : ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି ।

ସନ୍ଧ୍ୟା ୫ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ହୋଇଥିବା ଭୟଙ୍କର କାଳବୈଶାଖୀ ଲୋକଙ୍କ ମନରେ ଆତଙ୍କ ଖେଳାଇଦେଇଛି । ହଠାତ୍ ଆକାଶ କଳାମେଘରେ ଢାଙ୍କିଯାଇଥିବା ବେଳେ ଝଡ଼ର ରୂପ ନେଇଥିବା ପ୍ରବଳ ପବନ ସହ ମୁଷଳଧାରା ବର୍ଷା ହୋଇଛି । ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରାୟ ଏକ ଘଣ୍ଟା ଧରି ତୀବ୍ର ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ଲୋକମାନଙ୍କୁ ଭୟଭୀତ କରିଦେଇଥିଲା ।

ପ୍ରବଳ ପବନର ପ୍ରଭାବରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଓ ଘର ଉପରେ ପଡ଼ିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଧାମନଗର-ଚୁଡ଼ାକୁଟି ରାସ୍ତାରେ ଗଛ ପଡ଼ିବା ଦ୍ୱାରା ଗାଡି ଚଳାଚଳ ବନ୍ଦ ରହିଛି । ସେହିପରି କୁସୁମା, ଖଡିପଦା, କାଞ୍ଜିଆପାଳ ଓ ବ୍ଲକ ବଜାର ଅଞ୍ଚଳରେ ଗଛ ଭାଙ୍ଗି ବିଦ୍ୟୁତ୍ ଖୁଣ୍ଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।

ଝଡ଼ର ତୀବ୍ରତା ଏତେ ଅଧିକ ଥିଲା ଯେ ବହୁ ସ୍ଥାନରେ ମୋଟର ସାଇକେଲ ମଧ୍ୟ ଉଡାଇ ରାସ୍ତା କଡରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଧାମନଗର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ କାଟି ହଟାଇବା କାମ ଆରମ୍ଭ କରିଛନ୍ତି । ବିଦ୍ୟୁତ୍ ବ୍ୟବସ୍ଥାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଝଡ଼ ଥମିବା ପରେ ଲୋକମାନେ ଭୟଭୀତ ଅବସ୍ଥାରେ ଘରୁ ବାହାରି କ୍ଷୟକ୍ଷତିର ଚିତ୍ର ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଟିଟିଲାଗଡରେ କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ସହ ଲାଇଟ ପୋଲ ଭାଙ୍ଗିଛି : ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ

ଟିଟିଲାଗଡ, (୩୦/୦୫) : ଆପ୍ର : ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ଯୋଗୁଁ ଟାଉନରେ ଆଠ ଦଶଟା ବିଦ୍ୟୁତ୍‌ ପୋଲ ଭାଙ୍ଗିଯାଇଛି । ସେହିପରି ୩୩...

ପୁଣି ଖୋଲିବ ଜନ ଶୁଣାଣି ଦରବାର, ଜୁନ୍ ୧ରେ ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (୩୦/୦୫) : ଆପ୍ର : ପୁଣି ଥରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ଜୁନ୍ ୧...

ଝାରସୁଗୁଡ଼ାରେ ଏନକାଉଣ୍ଟର୍: ଦୁର୍ଦ୍ଦାନ୍ତ ଜୟ ଚୌହ୍ୱାନ ଆହତ

ଝାରସୁଗୁଡ଼ା, (୩୦/୦୫) : ଆପ୍ର : ଏଣିକି ଅପରାଧକୁ ଆଉ ବରଦାସ୍ତ କରାଯିବ ନାହିଁ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ । ଶନିବାର...

ଛତୁଆ ଓ ସୁଜିରେ ପୋକ ସାଲୁବାଲୁ, ତାତିଲେ ମହିଳା

ବରଗଡ଼, (୩୦/୦୫) : ଆପ୍ର : ସରକାରଙ୍କ ପୋଷଣ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆରେ ମିଶୁଛି ବାଲି ଓ ଗୋଡି...