Homelocalରାୟଗଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲପାଳ କାର୍ଯାଳୟ ଘେରାଉ ଏବଂ ପ୍ରତିବାଦ ପଦଯାତ୍ରା

ରାୟଗଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲପାଳ କାର୍ଯାଳୟ ଘେରାଉ ଏବଂ ପ୍ରତିବାଦ ପଦଯାତ୍ରା

ରାୟଗଡା, (୨୯/୦୯) : ଆପ୍ର : ରାୟଗଡା ଜିଲ୍ଲାର କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ଅଭିଯୋଗକୁ ନେଇ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ପଦଯାତ୍ରା କରଯାଇଛି ।WhatsApp Image 2026 09 28 at 18.23.25

ଭାରତର ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀକୁ ନେଇ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ସମୟରେ ଗୁରୁତର ପ୍ରଶ୍ନ ଉଠାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ କାର୍ଯ୍ୟ ପ୍ରଣାଳୀ ଏବଂ ନିର୍ବାଚନ ସମ୍ପର୍କିତ କେତେକ ଘଟଣାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଅନିୟମିତତାର ଅଭିଯୋଗ ଉଠାଯାଇଛି । ଏନେଇ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ସମୟରେ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରାଯାଇଥିବା ଦାବି କରାଯାଇଛି । ବର୍ତ୍ତମାନ ଦୁଇ ସହଯୋଗୀ କମିଶନ ୧୪ଥର ଲିଖିତ ଅଭିଯୋଗ କରିବା ନେଇ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜ୍ଞାନେଶ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ପଦଯାତ୍ରାରେ ବାହାରିଥିଲେ କଂଗ୍ରେସ କର୍ମୀ । ୧୧.୦୦ ଘଣ୍ଟିକା ସମୟରେ ଘେରାଉ, ଧାରଣା,ପ୍ରତିବାଦ ଏବଂ କୁଶପୁତ୍ତଳିକା ଦାହ କରାଯିବା ସହିତ ଜିଲ୍ଲାପାଳଙ୍କୁ ନିର୍ବାଚନ ଅଧିକାରି ଗ୍ୟାନେଶ କୁମାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମହାମହିମ ରାଷ୍ଟ୍ରପତି ଦ୍ରପଦି ମୁର୍ମୁ ଏବଂ ରାଜ୍ୟ ପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments