ପାଣି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଘେରାଉ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ଚେତାବନୀ

Date:

Share post:

ବଲାଙ୍ଗୀର // ଦେଓଗାଁ, (୦୫/୦୬) : ଆପ୍ର : ଦେଓଗାଁ ବ୍ଲକରେ ଦୀର୍ଘଦିନ ଧରି ଚାଲିଥିବା ଜଳ ସଙ୍କଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ପାଣି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଘେରାଉ ।

ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଦେଓଗାଁ ବ୍ଲକବାସୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସୂଚନା ଅନୁଯାୟୀ, ୨୦୨୩ ମସିହାରେ ୬୮ କୋଟି ଟଙ୍କା ବ୍ୟୟ ଅଟକଳରେ ଅର୍ଜୁନପୁର ଠାରେ ବୃହତ୍ ପାନୀୟ ଜଳ ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ଦେଓଗାଁ ବ୍ଲକର ୧୦ଟି ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୫୪ଟି ଗାଁର ଲୋକେ ଉପକୃତ ହେବାର ଯୋଜନା ଥିଲା । ପ୍ରକଳ୍ପଟି ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରହିଥିଲେ ମଧ୍ୟ, ୨୦୨୬ ମାର୍ଚ୍ଚ ଅତିକ୍ରମ କରିଥିଲେ ସୁଦ୍ଧା କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ ।

ଏପଟେ ଜଳ ଅଭାବ ଯୋଗୁଁ ୫୪ଟି ଗାଁର ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ଲକ୍ଷ୍ମଣ ମେହେରଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟାଳୟ ଘେରାଉ କରି ନିଜ ଦାବି ଉପସ୍ଥାପନ କରିଥିଲେ । ଆନ୍ଦୋଳନକାରୀମାନେ ଚେତାବନୀ ଦେଇ କହିଥିଲେ, ଯଦି ଶୀଘ୍ର ପ୍ରକଳ୍ପ କାମ ଶେଷ କରି ଲୋକଙ୍କୁ ପାଣି ଯୋଗାଇ ଦିଆନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ଘଟଣାସ୍ଥଳରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆସନ୍ତା ଦଶହରା ସୁଦ୍ଧା ପ୍ରକଳ୍ପର ଟ୍ରାଏଲ୍‌ ରନ୍‌ ଆରମ୍ଭ ହେବ ଏବଂ ଡିସେମ୍ବର ମାସ ସୁଦ୍ଧା କାମ ସମ୍ପୂର୍ଣ୍ଣ କରି ଘରେ ଘରେ ପାଣି ପହଞ୍ଚାଇବାକୁ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଭଗବାନଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ, ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟ

ସୋର, (୨୬/୦୬) : ଆପ୍ର : ଭଗବାନଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ହନୁମାନ ମନ୍ଦିରରୁ ଲୁଟ୍ । ବାଲେଶ୍ୱର ଜିଲ୍ଲା ଖଇରା ଥାନା...

ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ “କଳା ଦିବସ” ପାଳନ

ସମ୍ବିଧାନ ହତ୍ୟା ଦିବସ: ଜରୁରୀକାଳୀନ ପରିସ୍ଥିତିର ସ୍ମରଣ, ଗଣତନ୍ତ୍ର ରକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ମୁରିବାହାଲ, (୨୫/୦୬) : ଆପ୍ର : ‘ସମ୍ବିଧାନ ହତ୍ୟା ଦିବସ’ ଭାରତୀୟ...

କଣ୍ଟାବାଞ୍ଜିରେ ବିଜେଡିର ପ୍ରଶିକ୍ଷଣ ଶିବିର ; SIR କାର୍ଯ୍ୟ ପାଇଁ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ତାଲିମ, ୩୩୫ ବୁଥରେ ନଜର

ମୁରିବାହାଲ, (୨୫ /୦୬) : ଆପ୍ର : ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ସ୍ପେସିଆଲ ଇଣ୍ଟେନସିବ ରିଭିଜନ - SIR କାର୍ଯ୍ୟକୁ ସୁଚାରୁ ରୂପେ...

ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା

ସୁବର୍ଣ୍ଣପୁର, (୨୫/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଏବଂ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର...