Homelocalଚୋରା ମଦ କାରବାର ଉପରେ ଆକ୍ସନ, ୨ ମଦ ଦୋକାନ ଭାଙ୍ଗିଲା ପ୍ରଶାସନ

ଚୋରା ମଦ କାରବାର ଉପରେ ଆକ୍ସନ, ୨ ମଦ ଦୋକାନ ଭାଙ୍ଗିଲା ପ୍ରଶାସନ

କାକଟପୁର, (୨୦/୦୯) : ଆପ୍ର : ଚୋରା ମଦ ବିକ୍ରି ଜାଗାରେ ଚାଲିଲା ବୁଲଡୋଜର । ପୁରୀ ଜିଲ୍ଲା କାକଟପୁର ନିକଟ କୁଣ୍ଢେଇହାଟର ବିଭିନ୍ନ ସ୍ଥାନରେ ମଦ ଦୋକାନ ଭାଙ୍ଗିଲା ବୁଲଡୋଜର ।

କୁଣ୍ଢେଇହାଟର ବିଭିନ୍ନ ସରକାରୀ ଜାଗାରେ ଚୋରା ମଦ ବ୍ୟବସାୟୀମାନେ ବେଆଇନ ଗୃହ ନିର୍ମାଣ କରି ସେଠାରେ ବିଭିନ୍ନ ବ୍ରାଣ୍ଡର ମଦ କାରବାର କରିଆସୁଥିଲେ । ଏହି ସ୍ଥାନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଆଜି ଦୁଇଟି ଚୋରା ମଦ ଦୋକାନକୁ ଭଙ୍ଗାଯାଇଛି । କାକଟପୁର ପ୍ରଶାସନ ଓ ପୋଲିସ ସହ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ଦୁଇଟି ଚୋରାମଦ ଦୋକାନକୁ ଭଙ୍ଗାଯାଇଛି ।

ସୂଚନା ଅନୁସାରେ, କୁଣ୍ଢେଇହାଟର ବିଭିନ୍ନ ସରକାରୀ ସ୍ଥାନରେ ଚୋରା ମଦ ବ୍ୟବସାୟୀମାନେ ବେଆଇନ ଭାବେ ଘର ନିର୍ମାଣ କରିଥିଲେ । ଏହି ଘରଗୁଡ଼ିକରେ ବିଭିନ୍ନ ବ୍ରାଣ୍ଡର ମଦ ବିକ୍ରି କରାଯାଉଥିବା ଅଭିଯୋଗ ରହିଥିଲା । ଦୀର୍ଘଦିନ ଧରି ଏଠାରେ ଚୋରା ମଦ କାରବାର ଚାଲିଥିବା ନେଇ ପ୍ରଶାସନ ନଜରକୁ ଆସିଥିଲା । ଚୋରା ମଦ କାରବାର ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments