ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ’ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ ।
ଗାଁ’ର ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ପରେ ଶବ ବହନ ପାଇଁ ଶବବାହୀ ଗାଡ଼ି ନ ମିଳିବାରୁ ପରିବାର ଲୋକ ଅସହାୟ ହୋଇପଡ଼ିଥିଲେ । ଶେଷରେ ମୃତକଙ୍କ ଘର ଲୋକ ବାଧ୍ୟ ହୋଇ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ ନେଇଥିବା ଜଣାପଡ଼ିଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକମାନେ ମର୍ମାହତ ହେବା ସହ ସରକାରୀ ସୁବିଧା ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଗରିବ ଓ ଅସହାୟ ପରିବାରମାନଙ୍କ ପାଇଁ ଥିବା ଶବବାହୀ ଯାନ ସେବା ଠିକ୍ ସମୟରେ ଉପଲବ୍ଧ ନ ହେବା ନେଇ ଲୋକଙ୍କ ମଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମାଞ୍ଚଳରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

