Homelocal୭ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନର ଧାରଣା

୭ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନର ଧାରଣା

ବରଗଡ, (୨୪/୦୬) : ଆପ୍ର : ପୁଣି ଧାନ ବିକ୍ରି ଓ ଟୋକନ ସମସ୍ୟାକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗର୍ଜିଲା ସଂଯୁକ୍ତ କୃଷକ ସଙ୍ଗଠନ

ଭାତହାଣ୍ଡି ବରଗଡ଼ ଜିଲ୍ଲାର ଚାଷୀଙ୍କ ଟୋକନ ସମସ୍ୟା, ଧାନ ବିକ୍ରି ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି । କେନ୍ଦ୍ରୀକରଣ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ଜମି ତୁଳନାରେ ଟୋକନ କମ୍ ଆସିବା, ମଣ୍ଡି ଗୁଡ଼ିକରେ ଦଲାଲ ସକ୍ରିୟ ଥିବା, ମଣ୍ଡି ଗୁଡ଼ିକରେ କଟନି ଛଟନି ସମସ୍ୟା ସହ ପଞ୍ଜୀକୃତ ସମସ୍ତ ଚାଷୀଙ୍କୁ ଟୋକନ ଯୋଗାଇ ଦେବା, ମଣ୍ଡିରେ ପଡ଼ିଥିବା ସମସ୍ତ ଧାନ ଶୀଘ୍ର ଉଠାଇବା ପୁଣି ଆବଶ୍ୟକ ମୁତାବକ ରାସାୟନିକ ସାର ଯୋଗାଇବା ଓ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦେବା ଆଦି ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିବା ବେଳେ ବରଗଡ଼ ଏଡିଏମ୍‌ ମଧୁଛନ୍ଦା ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଛି ସଂଯୁକ୍ତ କୃଷକ ସଂଗଠନ । ତେବେ ଚାଷୀଙ୍କ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାରେ ଧାନ ଗଦା କରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଖୋଲା ଚେତାବନୀ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments