ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

Date:

Share post:

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି ମାଡ଼ ହୋଇଛି । ମୃତକ ହେଲେ ଶେଖ୍ ହମିଦ୍ ।

ବାଇକ୍‌ରେ ଆସି ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ଘଟିଥିଲା ଗୁଳିକାଣ୍ଡ । ପ୍ରାଥମିକ ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାର ନିକଟରେ ଶେଖ୍ ହମିଦ୍ ଚାଲି ଚାଲି ଯାଉଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଆଠ ରାଉଣ୍ଡ ଗୁଳି ଚଳାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶେଖ୍ ହମିଦଙ୍କର ଗାଡ଼ି ଯନ୍ତ୍ରପାତି ଦୋକାନ ଏବଂ ପାର୍ଲର୍ ଅଛି । ସିସିଟିଭିରେ ଗୁଳି ମାଡ଼ର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି । ପଛରୁ ବାଇକରେ ଆସି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...

ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ, ଭୟଭୀତ ଅବସ୍ଥାରେ ଗାଁଲୋକେ

ରେଢ଼ାଖୋଲ, (୨୬/୦୬) : ଆପ୍ର : ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ । ଜଙ୍ଗଲରୁ ଆସି ଆତଙ୍କ ମଚାଇଛନ୍ତି । ଭୟଭୀତ ଅବସ୍ଥାରେ...