ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ

Date:

Share post:

ସୁବର୍ଣ୍ଣପୁର, (୦୯/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜପୁର ବିଧାୟକ ତଥା ଡିପିସି ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଳା ବିନିକା ବ୍ଲକ ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କେତେକ ଉନ୍ନୟନ ମୂଳକ କାର୍ଯ୍ୟରେ ଶୁଭ ଉଦଘାଟନ କରିଥିଲେ ।

ବିଧାୟକ ଶ୍ରୀ ଜଗଦଳା ପ୍ରଥମେ ଶଙ୍କରା ପଞ୍ଚାୟତ କୌଡିଆମୁଣ୍ଡା ଗ୍ରାମରେ ପହଞ୍ଚି ସେଠାରେ ହେବାକୁ ଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ ର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଶଙ୍କରା ଗ୍ରାମରେ ଏକ ଅମୃତଧାରା ର ଶୁଭ ଉଦଘାଟନ କରିଥିଲେ । ପରେ ଚରଦା କପିଳେଶ୍ଵର ମନ୍ଦିର କୁ ପହଞ୍ଚି ଚରଦା କପିଳେଶ୍ଵର ମନ୍ଦିର ଏବଂ ପାପକ୍ଷୟ ଘାଟ ର ଉନ୍ନତି କରାଯିବା ନେଇ ବୈଠକ ରେ ଭାଷଣ ପ୍ରସଙ୍ଗରେ କହିଥିଲେ । ଏହାପରେ ବିନିକା ଏନଏସି କାର୍ଯ୍ୟାଳୟ କୁ ପହଞ୍ଚି ଥିଲେ ।

ବିନିକା ମହାନଦୀ କୂଳରେ ଆଦିବାସୀ ଭବନ, ଦୁର୍ଗା ମନ୍ଦିର ସମ୍ମୁଖରେ ଗେଟ, ପାଳିପଡ଼ା କମ୍ୟୁନିଟି ସେଣ୍ଟର,ଆଦି ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଗସ୍ତ ରେ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅଶୋକ ପୃଷ୍ଟି , ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା କଳତା, ବିନିକା ନଗର ଶୋଭାନେତ୍ରୀ ଚନ୍ଦ୍ରମା ଅଗ୍ରୱାଲ, ଚରଦେଇ ମଣ୍ଡଳ ସଭାପତି ଉଦ୍ଧବ ମହାକୁର , ମେଘେଲା ମଣ୍ଡଳ ସଭାପତି ଦାମୋଦର ପଧାନ, ବାବୁଲୁ ବିଶି ପ୍ରମୁଖ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ପରିବର୍ତ୍ତନ; ଏଣିକି ବିନା ନୋଟିସରେ ଆଉ ବାତିଲ ହେବନି ଦଳ

ଭୁବନେଶ୍ୱର, (୧୦/୦୬) : ଆପ୍ର : ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ସଙ୍ଗେ ସଙ୍ଗେ ଡ୍ରାଇଭିଂ...

ପେଟ୍ରୋଲ ଢ଼ାଳି ଶ୍ୱଶୁର, ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ

ବାରିପଦା, (୧୦/୦୬) : ଆପ୍ର : ବାରିପଦାରେ ଅଭାବନୀୟ ଘଟଣା। ମଦ୍ୟପ ଜ୍ୱାଇଁ ପେଟ୍ରୋଲ ଢ଼ାଳି ପୋଡି ଦେଲା ଶ୍ୱଶୁର ଓ ଶାଶୁ ଙ୍କୁ...

ଅବଧି ଶେଷ ଔଷଧ ଖାଇ ଆଶାକର୍ମୀଙ୍କ ଝିଅ ମୃତ

କେନ୍ଦୁଝର, (୧୦/୦୬) : ଆପ୍ର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ବର୍ଷୀୟ ଝିଅ...

ରାସ୍ତାରେ ଛକି ବସିଥିଲା ଜମ, କଣ୍ଟେନର ଧକ୍କାରେ ୨ ମୃତ

କଳାହାଣ୍ଡି //ନର୍ଲା, (୧୦/୦୬) : ଆପ୍ର : ଗାଡ଼ିରୁ ଧାନ ଖାଲି କରିବାକୁ ରାଇସ ମିଲ୍ ଆସିଥିଲେ । ଛକି ବସିଥିଲା ଜମ ।...