Homelocalବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ

ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ

ସୁବର୍ଣ୍ଣପୁର, (୦୯/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜପୁର ବିଧାୟକ ତଥା ଡିପିସି ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଳା ବିନିକା ବ୍ଲକ ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କେତେକ ଉନ୍ନୟନ ମୂଳକ କାର୍ଯ୍ୟରେ ଶୁଭ ଉଦଘାଟନ କରିଥିଲେ ।WhatsApp Image 2026 06 10 at 08.58.31 1

ବିଧାୟକ ଶ୍ରୀ ଜଗଦଳା ପ୍ରଥମେ ଶଙ୍କରା ପଞ୍ଚାୟତ କୌଡିଆମୁଣ୍ଡା ଗ୍ରାମରେ ପହଞ୍ଚି ସେଠାରେ ହେବାକୁ ଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ ର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଶଙ୍କରା ଗ୍ରାମରେ ଏକ ଅମୃତଧାରା ର ଶୁଭ ଉଦଘାଟନ କରିଥିଲେ । ପରେ ଚରଦା କପିଳେଶ୍ଵର ମନ୍ଦିର କୁ ପହଞ୍ଚି ଚରଦା କପିଳେଶ୍ଵର ମନ୍ଦିର ଏବଂ ପାପକ୍ଷୟ ଘାଟ ର ଉନ୍ନତି କରାଯିବା ନେଇ ବୈଠକ ରେ ଭାଷଣ ପ୍ରସଙ୍ଗରେ କହିଥିଲେ । ଏହାପରେ ବିନିକା ଏନଏସି କାର୍ଯ୍ୟାଳୟ କୁ ପହଞ୍ଚି ଥିଲେ ।

ବିନିକା ମହାନଦୀ କୂଳରେ ଆଦିବାସୀ ଭବନ, ଦୁର୍ଗା ମନ୍ଦିର ସମ୍ମୁଖରେ ଗେଟ, ପାଳିପଡ଼ା କମ୍ୟୁନିଟି ସେଣ୍ଟର,ଆଦି ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଗସ୍ତ ରେ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅଶୋକ ପୃଷ୍ଟି , ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା କଳତା, ବିନିକା ନଗର ଶୋଭାନେତ୍ରୀ ଚନ୍ଦ୍ରମା ଅଗ୍ରୱାଲ, ଚରଦେଇ ମଣ୍ଡଳ ସଭାପତି ଉଦ୍ଧବ ମହାକୁର , ମେଘେଲା ମଣ୍ଡଳ ସଭାପତି ଦାମୋଦର ପଧାନ, ବାବୁଲୁ ବିଶି ପ୍ରମୁଖ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments