Homelocalପର୍ଯ୍ୟଟନ ପୀଠ ମାଆ ତାରାତାରିଣୀଙ୍କ ଠାରେ ଷୋଡଷ ପୂଜା ପୂର୍ବରୁସାମୁହିକ ସଫେଇ କାର୍ଯ୍ୟକ୍ରମ

ପର୍ଯ୍ୟଟନ ପୀଠ ମାଆ ତାରାତାରିଣୀଙ୍କ ଠାରେ ଷୋଡଷ ପୂଜା ପୂର୍ବରୁସାମୁହିକ ସଫେଇ କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର, (୨୯/୦୯) : ଆପ୍ର : ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ତଥା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଷୋଡ଼ଶଦିନାତ୍ମକ ପୂଜା ପର୍ବରୁ ଜିଲ୍ଲା ପ୍ରଶାସନ ପୋଲିସ, ମନ୍ଦିର ପ୍ରଶାସନ ଓ ପୁରୁଷୋତ୍ତମପୁର ଏନଏସି ଓ ଓଡ୍ରାଫ, ଫାୟାର ଟିମ ର ମିଳିତ ପ୍ରୟାସ ରେ ପୀଠକୁ ଆସୁଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୀଠର ସ୍ବଚ୍ଛତା ଓ ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଈ ପ୍ରଶାସନ ପକ୍ଷରୁ ଚାଲିଛି ଏହି ସାମୁହିକ ସଫେଇ ଅଭିଯାନ । ଯାହାକୁ ଦେଖି ଆସୁଥିବା ଭକ୍ତଙ୍କ ମନରେ ଟିକେ ଖୁସି ଆସିବ ।

ସେଥିପାଇଁ ଏହି ଅଭିଯାନର ଆରମ୍ଭ । ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଉପଜିଲ୍ଲାପାଳ ଡଃ ସୁବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଏସ୍‌ଡିପିଓ ସୁଜିତ କୁମାର ନାୟକ ଓ ଥାନା ଅଧିକାରୀ କୁଳମଣି ସେଠୀଙ୍କ ସମେତ ଓଡ୍ରାଫ ଟିମ୍‌, ଅଗ୍ନିଶମ ଓ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ମଧ୍ୟ ସାମିଲ ହୋଇ ପୀଠ ପରିସରରେ ସ୍ବଚ୍ଛତାନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥାକୁ ନେଇ କାର୍ଯ୍ୟ କରିଥିଲେ । ସଫେଇ ଅଭିଯାନକୁ ଉତ୍ସାହିତ କରିବା ସହ ସ୍ବଚ୍ଛତାର ବାର୍ତ୍ତା ଦେବା ପାଇଁ ଛୋଟଛୋଟ ଶିଶୁଙ୍କ ବାଇଟ ପକ୍ଷରୁ ସ୍କେଟିଂ ପ୍ରଦର୍ଶନ ମଧ୍ୟ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments