ବ୍ରେକଫେଲ ହେବାରୁ ନିୟନ୍ତ୍ରଣ ହରାଇଲା ଟ୍ରକ, ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ

Date:

Share post:

କୋରାପୁଟ, (୦୫/୦୬) : ଆପ୍ର : କୋରାପୁଟରେ ଅଳ୍ପକେ ବଡ଼ ଧରଣର ଅଘଟଣ ଟଳିଯାଇଛି । ବ୍ରେକଫେଲ ହୋଇ ଏକ ଜରି ବୋଝେଇ ଆଇଚର୍ ଟ୍ରକ୍ ନିୟନ୍ତ୍ରଣ ହରାଇ ଏଚପି ଗ୍ୟାସ ଏଜେନ୍ସି ପରିସରକୁ ପସିଯାଇଛି ।

ଦୁର୍ଘଟଣାରେ ରାସ୍ତା କଡ଼ରେ ଥିବା ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛି ଅନେକ ଜୀବନ । କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ସହର ପ୍ରବେଶ ପଥରେ ଆଜି ଘଟିଛି ଏକ ଭୟାବହ ଦୁର୍ଘଟଣା । ଜରି ବୋଝେଇ ଏକ ଟ୍ରକ୍ ହଠାତ୍ ବ୍ରେକ୍ ଫେଲ୍ ହୋଇ ନିୟନ୍ତ୍ରଣ ହରାଇଥିଲା । ଫଳରେ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବାଇକ୍‌ଗୁଡ଼ିକ ଉପରେ ଚଢ଼ିଯାଇଥିଲା । ଟାଉନ୍ ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

LEAVE A REPLY

Please enter your comment!
Please enter your name here

spot_img

Related articles

ପାଣି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଘେରାଉ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର // ଦେଓଗାଁ, (୦୫/୦୬) : ଆପ୍ର : ଦେଓଗାଁ ବ୍ଲକରେ ଦୀର୍ଘଦିନ ଧରି ଚାଲିଥିବା ଜଳ ସଙ୍କଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ...

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ପାଚେର ଗ୍ରାମରେ ଶୋକର ଛାୟା

ଖପ୍ରାଖୋଲ, (୦୫/୦୬) : ଆପ୍ର : ଗୁରୁବାର ଅପରାହ୍ନରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପଡ଼ିଆବାହାଲ ପଞ୍ଚାୟତର ପାଚେର ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ନୀତି କାନ୍ତି ପାଇଁ ହେବ ଆଲୋଚନା

ପୁରୀ, (୦୫/୦୬) : ଆପ୍ର : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜା ଦିବ୍ୟ...