କାଳବୈଶାଖୀ ପରେ ପୁଣି ଲେଉଟିଲା ଖରା, ୪୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା

Date:

Share post:

କଣ୍ଟାମାଳ, (୦୫/୦୬) : ଆପ୍ର : କିଛିଦିନର ବ୍ୟବଧାନ ପରେ ପୁଣି ତାତି । ବୌଦ୍ଧରେ ଅସହ୍ୟ ଗରମ । କାଳବୈଶାଖୀ ପରେ ପୁଣି ଲେଉଟିଲା ଖରା ।

ଦିନ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ଉପରେ ରହୁଛି । କଣ୍ଟାମାଳରେ ପ୍ରବଳ ଖରା ଯୋଗୁଁ ତ୍ରାହି ତ୍ରାହି ଡାଲିକେଣି ଲୋକେ। ପଥଚାରୀ ମୁଣ୍ଡ ଗୁଞ୍ଜିବାକୁ ରାସ୍ତାକଡ଼ ଗଛର ସାହାରା ନେଉଛନ୍ତି । ଗୋଟିଏ ପଟେ ଖରା ଅନ୍ୟପଟେ ଗରମ,ଗୁଳୁଗୁଳି ଓ ତା ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଅବସ୍ଥାକୁ ଦ୍ବିଗୁଣିତ କରିଛି l ଖରା ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଶୂନଶାନ ହୋଇପଡ଼ୁଛି ।

ସେପଟେ, କେରଳମ୍ ରେ ମୌସୁମୀ, ଓଡ଼ିଶାରେ ଅପେକ୍ଷା । କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ନିର୍ଦ୍ଧାରିତ ସମୟଠାରୁ ୩ ଦିନ ବିଳମ୍ବରେ ମୌସୁମୀ ଛୁଇଁବା ନେଇ IMD ସୂଚନା ଦେଇଛି । ସାଧାରଣତଃ ଜୁନ୍ ୧ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଏଥର ୩ ଦିନ ବିଳମ୍ବରେ ପହଞ୍ଚିଛି। ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ଅଗ୍ରସର ପାଇଁ ପାଣିପାଗ ଏବେ ଅନୁକୂଳ ରହିଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...