Homebreaking newsଗୁଣ୍ଡା ଲଗାଇ ପତ୍ନୀଙ୍କୁ ଉଠାଇନେଲା ସ୍ୱାମୀ, ୮ ବର୍ଷର ପୁଅ ବି ନିଖୋଜ

ଗୁଣ୍ଡା ଲଗାଇ ପତ୍ନୀଙ୍କୁ ଉଠାଇନେଲା ସ୍ୱାମୀ, ୮ ବର୍ଷର ପୁଅ ବି ନିଖୋଜ

ଆଳି, (୧୯/୧୧) : ଆପ୍ର : ଗୁଣ୍ଡା ଲଗାଇ ପତ୍ନୀଙ୍କୁ ଅପହରଣ କରିନେଲା ସ୍ବାମୀ । ଥାନାରେ ଏତଲା ଦେଲେ ଅପହୃତାଙ୍କ ଭଉଣୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଆସିଛି ଏଭଳି ଅଭିଯୋଗ ।

ନିଜ ପତ୍ନୀ ଓ ପୁଅକୁ ଜଣେ ବ୍ୟକ୍ତି ଗୁଣ୍ଡା ଲଗାଇ ଅପହରଣ କରି ନେଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । ଅନ୍ୟଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖି କ୍ରମାଗତ ଭାବେ ନିଜ ପତ୍ନୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ସ୍ବାମୀ ଏଭଳି କାଣ୍ଡ ଘଟାଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅପହୃତାଙ୍କ ଭଉଣୀ ଲକ୍ଷ୍ମୀପ୍ରିୟା ସ୍ବାଇଁ । କୁଦାନଗରୀ ଥାନା ଭଗବାନପୁର ଗାଁର ଲକ୍ଷ୍ମୀପ୍ରିୟା ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଆଳି ରାଜବାଟୀ ନିକଟରେ ଏକ ଭଡ଼ା ଘରେ ନିଜ ୮ ବର୍ଷର ପୁଅ ସହ ରହନ୍ତି ସ୍ମୃତିରେଖା । ଗତକାଲି ରାତିରେ ତାଙ୍କ ସ୍ବାମୀ ଚନ୍ଦନ ଖଟେଇ ୮ରୁ୧୦ ଜଣ ଗୁଣ୍ଡାଙ୍କୁ ସାଙ୍ଗରେ ଧରି ଭଡ଼ାଘରେ ପହଞ୍ଚି ସ୍ମୃତିରେଖା ଓ ତାଙ୍କର ୮ ବର୍ଷର ପୁଅକୁ ମାରଣାସ୍ତ୍ର ଦେଖାଇ କେଉଁଆଡେ ଅପହରଣ କରି ନେଇଛନ୍ତି । ଏନେଇ ତୁରନ୍ତ ସ୍ମୃତିରେଖା ଓ ତାଙ୍କ ପୁଅକୁ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି । କିଛିଦିନ ହେବ ସ୍ମୃତିରେଖା ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ନେଇ ପୋଲିସ କୌଣସି ପ୍ରତିକ୍ରିୟା ରଖିନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments