Homelocalବାତ୍ୟା ମୁକାବିଲା ପାଇଁ ଚିଲିକାରେ କଟକଣା, ୪ ଦିନ ଡଙ୍ଗା ଚଳାଚଳ ବନ୍ଦ

ବାତ୍ୟା ମୁକାବିଲା ପାଇଁ ଚିଲିକାରେ କଟକଣା, ୪ ଦିନ ଡଙ୍ଗା ଚଳାଚଳ ବନ୍ଦ

ବାଲୁଗାଁ, (୧୯/୧୧) : ଆପ୍ର : ଚିଲିକାରେ ୪ ଦିନ ଡଙ୍ଗା ଚଳାଚଳ ବନ୍ଦ । ବାତ୍ୟା ଅକଭାନ ପାଇଁ ଯାତ୍ରୀ ଓ ମତ୍ସ୍ୟଜୀବୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଚିଲିକାରେ ୪ ଦିନ ପାଇଁ ସମସ୍ତ ଯାତ୍ରୀବାହୀ ଡଙ୍ଗା ଏବଂ ମତ୍ସ୍ୟଜୀବୀଙ୍କ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚିଲିକାରେ କୌଣସି ଯାତ୍ରୀବାହୀ ଡଙ୍ଗା କିମ୍ବା ମତ୍ସ୍ୟଜୀବୀଙ୍କ ଡଙ୍ଗା ଚଳାଚଳ କରିପାରିବ ନାହିଁ । ଏଥିସହିତ ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବା ସହ ନିଜ ନିଜର ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।ମତ୍ସ୍ୟ ବିଭାଗ ପକ୍ଷରୁ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସାଧାରଣ ଲୋକ ଓ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯାଇଛି । ଏଥିସହ ସନ୍ଧ୍ୟା ସମୟରେ ଖୋର୍ଦ୍ଧା ଜିଲ୍ଲା ଏସପି ବାଲୁଗାଁ ସ୍ଥିତ ଚିଲିକା କୂଳରେ ପହଞ୍ଚି ବିଭିନ୍ନ ତଳିଆ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ସାତପଡ଼ାରେ ଜରୁରୀ ସ୍ଥିତି ପାଇଁ ଗୋଟିଏ ପ୍ଲାଟୁନ ODRAF ଟିମ୍ ମହଜୁଦ ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments