Homeaccidentଗୋରୁଙ୍କୁ ଧକ୍କା ଦେଇ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

ଗୋରୁଙ୍କୁ ଧକ୍କା ଦେଇ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

ନୀଳଗିରି, (୨୦/୦୯) : ଆପ୍ର : ବାଲେଶ୍ବର ନୀଳଗିରି ଛତ୍ରପୁର ଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ।

ବଙ୍ଗୀୟ ପର୍ଯ୍ୟଟକ ମୟୂରଭଞ୍ଜର ଦେବକୁଣ୍ଡରୁ ବୁଲାବୁଲି ସାରି ନୀଳଗିରିର ପଞ୍ଚଲିଙ୍ଗେଶ୍ଵର ଅଭିମୁଖେ ଯାଉଥିଲେ । ଏହି ସମୟରେ ଦୁଇଟି ଗୋରୁଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଉଲଟି ପଡିଥିଲା ବସ୍ । ଘଟଣାସ୍ଥଳରେ ଦୁଇଟି ଗୋରୁଙ୍କୁ ମୃତ୍ୟୁ ହୋଇଛି । ବରହମପୁର ପୋଲିସ ଓ ଅଗ୍ନିଶମ ବାହିନୀ ଖବର ପାଇଁ ଲୋକଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଓ ଆତଙ୍କୁ ବରହମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।

ସୂଚନା ଅନୁସାରେ, ବଙ୍ଗୀୟ ପର୍ଯ୍ୟଟକମାନେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ବୁଲାବୁଲି ସାରି ନୀଳଗିରିର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଅଭିମୁଖେ ଯାଉଥିଲେ । ଏହି ସମୟରେ ଛତ୍ରପୁର ନିକଟରେ ହଠାତ୍ ରାସ୍ତା ଉପରକୁ ଦୁଇଟି ଗୋରୁ ଆସିଯାଇଥିଲେ । ବସଟି ଦୁଇଟି ଗୋରୁଙ୍କୁ ଧକ୍କା ଦେବା ପରେ ଚାଳକ ଭାରସାମ୍ୟ ହରାଇଥିଲେ । ଫଳରେ ବସଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଆହତ ଯାତ୍ରୀମାନଙ୍କୁ ତୁରନ୍ତ ବରହମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯାତ୍ରୀମାନଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣାର ପ୍ରକୃତ କାରଣ ଏବଂ ବସଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments