Homelocalଚମ୍ପୁଆରେ ହାତୀ ଆତଙ୍କ, ୨୫ ଟିକିଆ ହାତୀପଲ ଭାଙ୍ଗିଲେ ଘର ଓ ନଷ୍ଟ କଲେ ଧାନ...

ଚମ୍ପୁଆରେ ହାତୀ ଆତଙ୍କ, ୨୫ ଟିକିଆ ହାତୀପଲ ଭାଙ୍ଗିଲେ ଘର ଓ ନଷ୍ଟ କଲେ ଧାନ ଫସଲ

ଯୋଡା, (୨୦/୦୯) : ଆପ୍ର : କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକସନ୍ ବର୍ଦ୍ଧନା ଗ୍ରାମରେ ୨୫ ଟିକିଆ ହାତୀ ପଲ। ଭାଙ୍ଗିଲେ ଘର, ବିଲରେ ପସି ଧାନ ଫସଲ ନଷ୍ଟ କଲେ ।

ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ ବଢୁଛି । ଉଖୁଣ୍ଡା ସେକସନ୍ ବର୍ଦ୍ଧନା ଗ୍ରାମରେ ୨୫ ତିକିଆ ହାତୀପଲ ପସି ଗୋଟିଏ ଘର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ କରିଛନ୍ତି । କିଛିଦିନ ହେବ ଏହି ହାତୀପଲ ଚମ୍ପୁଆ ରେଞ୍ଜ ଅଧୀନ ବିଭିନ୍ନ ଗାଁ’ରେ ପସି ଅନେକ କ୍ଷୟକ୍ଷତି କରୁଥିବାର ନଜିର ରହିଛି । ଫଳରେ ଚାଷୀ ଚିନ୍ତାରେ । ଆଖପାଖ ଗ୍ରାମବାସୀ ମଧ୍ୟ ଆତଙ୍କିତ । ୨୫ ଟିକିଆ ହାତୀ ପଲ ମଙ୍ଗଳପୁର ଜଙ୍ଗଲରୁ ବାହାରି ଝାଲିଆବେଡ଼ା ଜଙ୍ଗଲ ଦେଇ ବର୍ଦ୍ଧନା ଗାଁ’ରେ ପଶି ଧାନ ଫସଲ ନଷ୍ଟ କରିଛନ୍ତି । ଏକାଥରକେ ୨୫ଟି ହାତୀ ଦେଖି ବର୍ଦ୍ଧନା ଗାଁ ସହିତ ଆଖପାଖ ଗ୍ରାମର ଲୋକେ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି । ୨୫ଟିକିଆ ହାତୀ ପଲ ମଧ୍ୟରେ ୩ଟି ଦନ୍ତା, ୧୨ ଟି ମାଈ ହାତୀ ଥିବା ବେଳେ ୧୦ଟି ଛୁଆ ହାତୀ ଅଛନ୍ତି । ବନ ବିଭାଗ ହାତୀ ପଲ ଗତିବିଧି ଉପରେ କଡା ନଜର ରଖିଛି । ହାତୀଙ୍କୁ ଜଙ୍ଗଲକୁ ଘଉଡାଇବାକୁ ଚେଷ୍ଟା ଚାଲିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments