Homelocalସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯାୟରେ: ୩୦ ମେ’ ରୁ ଘରେ...

ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯାୟରେ: ୩୦ ମେ’ ରୁ ଘରେ ଘରେ ତଥ୍ୟ ସଂଗ୍ରହ

ସୁବର୍ଣ୍ଣପୁର, (୨୮/୦୫) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଏକ କ୍ଷୁଦ୍ର ଭିଡିଓ ମାଧ୍ୟମରେ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯକ୍ରମ ବିଷୟରେ ସୂଚନା ଦେଇଛନ୍ତି ।WhatsApp Image 2026 05 29 at 11.39.28

ଜିଲ୍ଲାର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO), ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO) ଏବଂ ବୁଥ ସ୍ତରୀୟ ଅଧିକାରୀ (BLO)ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ସେ କହିଛନ୍ତି । ଭାରତ ନିର୍ବାଚନ ଆୟୋଗର ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରାଯାଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଆସନ୍ତା ୩୦ ମେ’ରୁ ଜିଲ୍ଲାରେ ବୁଥ ସ୍ତରୀୟ ଅଧିକାରୀମାନେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ। ସମସ୍ତ ଔପଚାରିକତା ସରିଥିବା ବେଳେ ଏହି କାର୍ଯ୍ୟକ୍ରମ କିପରି ସ୍ୱଚ୍ଛ, ନିରପେକ୍ଷ ଏବଂ ସଠିକ୍ ସମୟରେ ସମ୍ପାଦନ କରାଯାଇପାରିବ, ସେ ବିଷୟରେ ଜିଲ୍ଲାପାଳ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜିଲ୍ଲାର ନିର୍ବାଚନମଣ୍ଡଳୀ–୬୩ ଓ ୬୪ ରେ ୫୮୦ରୁ ଅଧିକ ବୁଥ ସ୍ତରୀୟ ଅଧିକାରୀ ଏହି ସଂଶୋଧନ କାର୍ଯ୍ୟକ୍ରମ ପାଇଁ ପ୍ରଶିକ୍ଷଣ ନେଇଛନ୍ତି। ଆସନ୍ତା ୩୦ ମେ’ରୁ ୨୮ ଜୁନ୍ ପର୍ଯ୍ୟନ୍ତ ସେମାନେ ବିଭିନ୍ନ ରାଜନୈତିକ ସଂଗଠନମାନଙ୍କ ଦ୍ୱାରା ପ୍ରଦତ୍ତ ବୁଥ ସ୍ତରୀୟ ଏଜେଣ୍ଟମାନଙ୍କ ଉପସ୍ଥିତିରେ ଘରେ ଘରେ ବୁଲି ଭୋଟର ତଥ୍ୟ ସଂଗ୍ରହ କରିବେ। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାର ସଂଶୋଧନ କରିବା ସହ ନୂତନ ଭୋଟରମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ମୃତ ଓ ଅନୁପସ୍ଥିତ ଭୋଟରମାନଙ୍କୁ ତାଲିକାରୁ ବହିର୍ଭୁକ୍ତ କରିବା ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ଦିନ ୧୧ଟା ପୂର୍ବରୁ ସାରିବା ଏବଂ ସନ୍ଧ୍ୟା ସମୟରେ ନିଜ ସୁବିଧା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ବିଏଲଓ ମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟସୂଚୀ ଅନୁଯାୟୀ ୩୦ ମେ’ ୨୦୨୬ରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବିଏଲଓ ମାନଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କରାଯିବ । ୫ ଜୁଲାଇ ୨୦୨୬ରେ ଚିଠା ନିର୍ବାଚନ ତାଲିକା ପ୍ରକାଶ ପାଇବ। ୫ ଜୁଲାଇ ୨୦୨୬ରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ । ସେହିପରି ୫ ଜୁଲାଇ ୨୦୨୬ରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ କରାଯିବ ଏବଂ ୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ନିର୍ବାଚନ ତାଲିକା ପ୍ରକାଶ ପାଇବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments