ତାଣ୍ଡବ ରଚିଲା କାଳବୈଶାଖୀ ଘରର ଛାତ ସହ ଉଡ଼ିଲା ବାଇକ୍, ଉପାଡି ଦେଲା ଶହ ଶହ ଗଛ

Date:

Share post:

ସୁବର୍ଣ୍ଣପୁର, (୨୯/୦୫) : ଆପ୍ର : ଗୁରୁବାର ରାତ୍ର ପ୍ରାୟ ୭ ଟା . ୩୦ ମିନିଟ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ପ୍ରବଳ କାଳବୈଶାଖୀ ଝଡ଼ ସାଙ୍ଗକୁ ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଘରର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ଯ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଥିଲା । ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସହ ସହର ର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକ ର କିଛି ଅଞ୍ଚଳରେ ବଡ଼ ବଡ଼ ଶହ ଶହ ଗଛ ଉପୁଡି ଭାଙ୍ଗି ପଡିଛି । ଫଳରେ ରାସ୍ତା ଅବରୋଧ ହୋଇଛି ।

ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପୌର ପରିଷଦ କର୍ମଚାରୀ ମଧ୍ଯ ସଫେଇ କାର୍ଯ୍ୟ ଜାରି ରଖିଛନ୍ତି । ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ଧରି ଅନ୍ଧାରରେ ଥିବା ବେଳେ କେତେବେଳେ ଲାଇଟ୍ ଆସିବ ଅନିଶ୍ଚିତତା ଦେଖାଯାଇଛି । ବିଦ୍ୟୁତ୍ ବିଭାଗ ପୁନରୁଦ୍ଧାର କାମରେ ଲାଗିଛି । ସେପଟେ ପ୍ରବଳ ଗୁଳୁଗୁଳି ରେ ଭାଜି ହେଉଛନ୍ତି ସୋନପୁର ଜିଲ୍ଲା ବାସୀ । ବିଦ୍ୟୁତ ଯୋଗୁଁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି ।

ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଜନସାଧାରଣ କଣ ବା କରାଯାଇ ପାରେ ପ୍ରାକୃତିକ ବିପର୍ଯ୍ୟୟ କୁ । କିନ୍ତୁ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ ବିଭାଗ ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବା ପାଇଁ ବୁଦ୍ଧିଜୀବି ତଥା ଜନସାଧାରଣରେ ଦାବୀ ହେଲାଣି । ଗଛପଡ଼ି ବ୍ୟାପକ ଘର କ୍ଷତି ହୋଇଥିବା ଜଣାପଡିଛି । ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ଝଡ ତଥା ବର୍ଷା କୁଆପଥର ମାଡ଼ରେ ନଷ୍ଟ ହୋଇଛି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଗଛ ପଡି ରାସ୍ତାକଡରେ ଥିବା ଅନେକ କାର୍ ଓ ବାଇକ୍ କ୍ଷତିଗ୍ରସ୍ତ ହୋଇଛି ।

ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରାସ୍ତାରୁ ଗଛ କାଟି ହଟାଯାଉଛି । ଜିଲ୍ଲା ର ସହର ସହିତ ସମସ୍ତ ଗ୍ରାମରେ ବିଦ୍ୟୁତ ନାହିଁ । କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରାଯିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ପାଇଁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଟିଟିଲାଗଡରେ କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ସହ ଲାଇଟ ପୋଲ ଭାଙ୍ଗିଛି : ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ

ଟିଟିଲାଗଡ, (୩୦/୦୫) : ଆପ୍ର : ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ଯୋଗୁଁ ଟାଉନରେ ଆଠ ଦଶଟା ବିଦ୍ୟୁତ୍‌ ପୋଲ ଭାଙ୍ଗିଯାଇଛି । ସେହିପରି ୩୩...

ପୁଣି ଖୋଲିବ ଜନ ଶୁଣାଣି ଦରବାର, ଜୁନ୍ ୧ରେ ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (୩୦/୦୫) : ଆପ୍ର : ପୁଣି ଥରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ଜୁନ୍ ୧...

ଝାରସୁଗୁଡ଼ାରେ ଏନକାଉଣ୍ଟର୍: ଦୁର୍ଦ୍ଦାନ୍ତ ଜୟ ଚୌହ୍ୱାନ ଆହତ

ଝାରସୁଗୁଡ଼ା, (୩୦/୦୫) : ଆପ୍ର : ଏଣିକି ଅପରାଧକୁ ଆଉ ବରଦାସ୍ତ କରାଯିବ ନାହିଁ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ । ଶନିବାର...

ଛତୁଆ ଓ ସୁଜିରେ ପୋକ ସାଲୁବାଲୁ, ତାତିଲେ ମହିଳା

ବରଗଡ଼, (୩୦/୦୫) : ଆପ୍ର : ସରକାରଙ୍କ ପୋଷଣ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆରେ ମିଶୁଛି ବାଲି ଓ ଗୋଡି...