Homecrimeଭଗବାନଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ, ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର...

ଭଗବାନଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ, ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟ

ସୋର, (୨୬/୦୬) : ଆପ୍ର : ଭଗବାନଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ହନୁମାନ ମନ୍ଦିରରୁ ଲୁଟ୍ । ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ମିରିପୁର ଖଇରା ଗ୍ରାମ ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ପ୍ରଭୁ ହନୁମାନଙ୍କ ରୁପାର ମୁକୁଟ, ୧୦୦ ଗ୍ରାମରୁ ଅଧିକ ରୁପାର ଗୋଡ଼ ବାଙ୍କିଆ, ଦାନ ବକ୍ସ ଆଦି ଲୁଟି ଫେରାର ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗାଁରେ ଅନେକ ଲୋକଙ୍କ ଘରୁ ଲୁଟି ପାଇଁ ଉଦ୍ୟମ ଫେଲ ମାରିଥିଲା । ଶେଷରେ ମନ୍ଦିରରେ ପଶି ଲୁଟିଛନ୍ତି । ଖଇରା ପୋଲିସ ତଦନ୍ତ କରୁଛି । ଗାଁରେ ପୋଲିସ କର୍ମଚାରୀ ରାତିରେ ପେଟ୍ରୋଲିଂ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସେହିପରି ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଷ୍ଟେସନ ରୋଡ଼ରେ ଥିବା ରାମ ମନ୍ଦିରରୁ ଚୋରି ହୋଇଥିଲା । ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟି ନେଇଥିଲେ ଦୁର୍ବୃତ୍ତ । ସକାଳୁ ପୂଜକ ଦେଖି ଛତ୍ରପୁର ପୋଲିସକୁ ଅବଗତ କରାଇଥିଲେ । କିଛି ଦିନ ତଳେ ହନୁମାନ ମନ୍ଦିରରୁ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ନଗଦ ଟଙ୍କା ଚୋରି ହୋଇଥିଲା ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments