Homebreaking newsନୂଆବସାଣ ନଦୀକୂଳରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ତରବରିଆ ଭାବେ ଚାଲିଥିଲା ସଂସ୍କାର

ନୂଆବସାଣ ନଦୀକୂଳରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ତରବରିଆ ଭାବେ ଚାଲିଥିଲା ସଂସ୍କାର

ବାଙ୍ଗିରିପୋଷି, (୦୮/୧୧) : ଆପ୍ର : ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ତରବରିଆ ଭାବେ ଚାଲିଥିଲା ଶବ ସଂସ୍କାର । ଅଟକାଇଲେ ସ୍ଥାନୀୟ ଲୋକେ ।

ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ ମୁଣ୍ଡାକଟା ଗ୍ରାମର ପ୍ରାୟ ୬୦ ବର୍ଷୀୟା ନନ କର । ସୂଚନା ଅନୁଯାୟୀ, ଶନିବାର ସକାଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ନୂଆବସାଣ ନଦୀକୂଳରୁ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ନୂଆବସା ନଦୀପଠାକୁ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ଶବ ଠାବ କରିଥିଲେ ।

ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ତରବରିଆ ଭାବେ ଉଠାଇ ନେଇ ଦାହ ସଂସ୍କାର କରିବାକୁ ଉଦ୍ୟମ କରିଥିଲେ । ହେଲେ ସ୍ଥାନୀୟଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ସନ୍ଦେହ କରି ଶବ ଦାହ ରୋକିଥିଲେ । ଘଟଣାସ୍ଥଳରୁ ରକ୍ତଭିଜା ପଥର, ପାଣି ବୋତଲ, ଜୋତା, ଟର୍ଚ୍ଚ ଏବଂ ଅର୍ଦ୍ଧଦଗ୍ଧ ଶାଢ଼ୀ ଆଦି ସାମଗ୍ରୀ ଜବତ ହୋଇଛି । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments