Homelocalମୌସୁମୀ ଓ ଲଘୁଚାପ ଜନିତ ବର୍ଷା ରେ ଜଳମୟ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ :...

ମୌସୁମୀ ଓ ଲଘୁଚାପ ଜନିତ ବର୍ଷା ରେ ଜଳମୟ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ : ପ୍ରତିକାର ପାଇଁ ଦାବି

ସୁବର୍ଣ୍ଣପୁର, (୦୬/୦୭) : ଆପ୍ର : ଲଗାତାର ୬ ଦିନ ବର୍ଷା ପରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହ ୬ଟି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି

ସୋନପୁର ସହର ର ବ୍ଲକ୍ ଛକ ରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଥିବା ରାସ୍ତା ର ମିଶ୍ର ହୋଟେଲ ରୁ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ରେ ୫ ଫୁଟ ପାଣି ଚାଲୁଛି । ପାଣି ଭିତରେ ବସ, କାର, ଟେମ୍ପୋ, ବାଇକ୍, ସାଇକେଲ ରେ ଜନ ସାଧାରଣ ଯିବା ଆସିବା କରୁଛନ୍ତି । ସ୍ଥାନୀୟ ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବୁଦ୍ଧିଜୀବୀ ମହଲ ରେ ନିନ୍ଦା କରିବା ସହିତ ଜନ ପ୍ରତିନିଧି ମଧ୍ୟ ଧ୍ୟାନ ଦେଉ ନ ଥିବା କହି ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ।

ଲଗାତାର ବର୍ଷା ପରେ ଛୋଟ ଛୁଆ ଙ୍କ ପାଠ ପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଛି l ସୋମବାର ଅର୍ଥାତ ୬ ତାରିଖ ଦିନ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଏପରିକି ସୋମବାର ବିନିକା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଆଭିଯୋଗ ଶୁଣାଣୀ କୁ ମଧ୍ୟ ସ୍ଥଗିତ ରଖାଯାଇଥିଲା ।

ସୁବର୍ଣ୍ଣପୁର ସହର ର ଜଗନ୍ନାଥ ଙ୍କ ମାଉସୀ ମା ମନ୍ଦିର, ଗୁଣ୍ଡିଚା ମନ୍ଦିର ଗର୍ଭ ଗୃହ ରେ ୨ ଫୁଟ ବର୍ଷା ଜଳ ପଶିଯିବାରୁ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମହାନଦୀ ରେ ମଧ୍ୟ ଦୁଇ କୂଳ ଧରି ପାଣି ଯାଉଥିବା ବେଳେ ସୋନପୁର ସହର ବାସୀ ଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆସନ୍ତା ୯ ତାରିଖ ରେ ହୀରାକୁଦ ଜଳ ଭଣ୍ଡାର ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବା ନେଇ ସୂଚନା ମିଳିଛି । ଯଦି ହୀରାକୁଦର ଜଳ ନିଷ୍କାସନ ହୁଏ ତେବେ ସହର ର ନଦୀ କୂଳିଆ ପଡ଼ା ସବୁ ଜଳମଗ୍ନ ହେବା ନେଇ ଆଶଙ୍କା ଦେଖା ଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments