ବଜ୍ରାଘାତରେ ଚାରି ଜଣ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Date:

Share post:

ଅନୁଗୁଳ, (୩୦/୦୫) : ଆପ୍ର : ଅନୁଗୁଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମରେ ବଜ୍ରାଘାତରେ ଚାରି ଜଣ ଗୁରୁତର ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଗୁରୁତର ମାନେ ହେଲେ ବାଳୁଅକଟା ଗ୍ରାମର ସରୋଜ ଗୋଚ୍ଛାୟତ, ସ୍ତ୍ରୀ କଳ୍ପନା ଗୋଚ୍ଛାୟତ, ସୂର୍ଯ୍ୟକାନ୍ତ ନାଏକ ଏବଂ ସରସ୍ବତୀ ଗୋଚ୍ଛାୟତ । ସୂଚନା ଅନୁସାରେ, ଆଜି ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ସହ ବଜ୍ରାଘାତ ହୋଇଥିଲା । ସେହି ସମୟରେ ସରୋଜ, କଳ୍ପନା, ସୂର୍ଯ୍ୟକାନ୍ତ ଏବଂ ସରସ୍ବତୀ । ଘର ଅଗଣାରେ ବସିଥିବା ବେଳେ ସରୋଜଙ୍କ ଘରର ଇଲେକ୍ଟ୍ରି ବୋର୍ଡକୁ ବଜ୍ରାଘାତ ହୋଇଥିଲା । ଯାହା ଫଳରେ ଇଲେକ୍ଟ୍ରି ବୋର୍ଡ଼ ଜଳି ଯିବା ସହ ସରୋଜ, କଳ୍ପନା, ସୂର୍ଯ୍ୟକାନୁ ଏବଂ ସରସ୍ବତୀ ମଧ୍ୟ ବଜ୍ରାଘାତର ପ୍ରଭାବରେ ଆସିଥିଲେ । ଯାହା ଫଳରେ ଚାରି ଜଣ ଯାକ ଗୁରୁତର ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ଚାରି ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...