ସୁବର୍ଣ୍ଣପୁର, (୧୫/୧୦) : ଆପ୍ର : ସୋନପୁର ନିଉଁ ଟାଉନ୍ ହଲ୍ ଠାରେ ବିଗୁଲ ଟିଭି ର ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ ସହ ବିଗୁଲ ପ୍ରଭା ସାପ୍ତାହିକ ଖବର କାଗଜ ର ଉନ୍ମୋଚନ ହୋଇଯାଇଛି ।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡ଼ାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ମଧୁ ସୁଦନ ଓତା, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ୍, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷl ଶାନ୍ତିଲତା ମିଶ୍ର, ବୀର ମହାରାଜ ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା, ଏଡିଏମ୍ଓ ଡ଼ା, ଦୁର୍ଗାଦତ୍ତ ଦାଶ ଯୋଗ ଦେଇ ବିଗୁଲ ଟିଭି ଚ୍ୟାନେଲ ମାଧ୍ୟମ ରେ ଲୋକ ଙ୍କ ପାଖକୁ ସବୁ ଖବର ପହଞ୍ଚି ପାରିଛି ଓ ସମସ୍ୟା ସମାଧାନ ଦିଗରେ ଏହା ଉପରେ ଅସଂଖ୍ୟ ଦର୍ଶକ ଙ୍କ ଆଶା ଭରଷା ରହି ଆସିଛି ବୋଲି ମନ୍ତ୍ରୀ କହିଛନ୍ତି ।
ସଭା କୁ ଅଭିନାଶ ହୋତା ସଂଯୋଜନା କରିଥିବାବେଳେ ଜୁନିଅର୍ ଫିଲ୍ମ ହିରୋ ଶ୍ରୀୟଂସ ପ୍ରସାଦ ରଥ, ଦେବାଶିଷ୍ ରଥ, ଯୁବ ଉଦ୍ୟୋଗୀ ମମତା ଦାସ ଓ ବିଭିନ୍ନ ପ୍ରତିଭା ଙ୍କୁ ମନ୍ତ୍ରୀ ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା । ବିଗୁଲ ଟିଭି ଚ୍ୟାନେଲ ର ଅଧ୍ୟକ୍ଷ ସନ୍ତୋଷ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ଯ କ୍ରମ ରେ ରୁମକୁ ଝୁମାନା, ପଏଁରୀ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ରେମ୍ପ ଶୋ ପ୍ରଦର୍ଶନ କରା ଯାଇଥିଲା ।

