Homelocalମୁରିବାହାଲ ପି.ଏସ୍. ଡିଗ୍ରୀ କଲେଜରେ ‘ଇନୋଭେସନ ଓ ଷ୍ଟାର୍ଟପ’ କାର୍ଯ୍ୟକ୍ରମ, ପୁରସ୍କୃତ ହେଲେ କୃତୀ ଛାତ୍ରଛାତ୍ରୀ

ମୁରିବାହାଲ ପି.ଏସ୍. ଡିଗ୍ରୀ କଲେଜରେ ‘ଇନୋଭେସନ ଓ ଷ୍ଟାର୍ଟପ’ କାର୍ଯ୍ୟକ୍ରମ, ପୁରସ୍କୃତ ହେଲେ କୃତୀ ଛାତ୍ରଛାତ୍ରୀ

ମୁରିବାହାଲ, (୨୨/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଠାରେ ଇନୋଭେସନ ଓ ଷ୍ଟାର୍ଟପ’ ଶୀର୍ଷକ ଏକ ବିଶେଷ କାର୍ଯ୍ୟକ୍ରମ ସଫଳତାର ସହ ଶନିବାର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 08 22 at 17.12.59 1

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ/ଅଧ୍ୟାପିକା ସୋମେଶ ଦତ୍ତ ହୋତା, ଗୁଣସାଗର ମେହେର, ଘନଶ୍ୟାମ ଖମାରି, ଶୈଳିକା ନାୟକ, ଛନ୍ଦାଚରଣ ଖୁଣ୍ଟିଆ, ଭିଙ୍ଗରାଜ ରଣା, ସରିତା ରଣା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଚିନ୍ତାଧାରା, ଉଦ୍ଭାବନ ଏବଂ ଆତ୍ମନିର୍ଭରଶୀଳ ହେବା ନେଇ ଉତ୍ସାହିତ କରିଥିଲେ ।WhatsApp Image 2026 08 22 at 17.12.59 2

ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କ ନାମ ପ୍ରଥମ ସ୍ଥାନ,ସନ୍ତୋଷ ଶର୍ମା,ଦ୍ୱିତୀୟ ସ୍ଥାନ, ଚୂଡାମଣି ପୋଢ,ତୃତୀୟ ସ୍ଥାନ, ସୁନୀତା ଛୁରା ଘୋଷଣା କରାଯାଇଥିଲା । ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି ସଭା ସଂଯୋଜନା କରିଥିବା ବେଳେ ଶେଷରେ ଅଧ୍ୟାପିକା ଯଶୋସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ପିଅନ ଶଶିଭୂଷଣ ପଶାୟତ, ଦିଲ୍ଲୀପ ଘିଭେଲା ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments